ଏକାସାଙ୍ଗରେ ଦୁନିଆ ଛାଡିଲେ ସ୍ବାମୀ-ସ୍ତ୍ରୀ: ଏବେ ଆମେ କାହାକୁ ଡାକିବୁ ବାପା-ବୋଉ, ଜେଜେ ମାଆ କୋଳରେ ମୁଣ୍ଡ ରଖି କଇଁ କଇଁ ହୋଇ କାନ୍ଦୁଛନ୍ତି ୨ କୁନି ପୁଅ

Published By : Prameya-News7 Bureau | November 22, 2020 IST

ସାନଖେମୁଣ୍ଡି୨୨/୧୧: ଖେଳକୁଦ ବୟସରେ ବାପା-ମାଆଙ୍କ ଶବ ସତ୍କାର କଲେ ୨ ଜଣ କୁନି ପୁଅ। ଭଗବାନଙ୍କର ଏ କେମିତି ଲୀଳା, ଏକାସାଙ୍ଗରେ ୨ ପିଲାଙ୍କୁଠାରୁ ବାପା-ମାଆଙ୍କୁ ଛଡ଼ାଇ ନେଲା। ଯେଉଁ ବୟସରେ ବାପା-ମାଆଙ୍କ କୋଳରେ ମୁଣ୍ଡ ରଖି ଶୋଇବା କଥା କିନ୍ତୁ ସେହି ବୟସରେ ୨ ପିଲାଙ୍କୁ ଛାଡି ବାପ-ମାଆ ୨ ଜଣ ଜୁଇରେ ଶୋଇଗଲେ। ଗଞ୍ଜାମ ଜିଲ୍ଳା ସାନଖେମୁଣ୍ଡି ଗାଁର କରଡାକଣା ସାହିରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଏକାସାଙ୍ଗରେ ବାପ-ମାଆ ୨ ଜଣ ୨ ପିଲାଙ୍କୁ ଛାଡି ଆରପାରିକୁ ଚାଲିଗଲେ। ବାପ-ମାଆଙ୍କ ମୁହଁରେ ନିଆଁ ଦେଲେ ସତ ହେଲେ ମନରେ ଅସହ୍ୟ ଯନ୍ତ୍ରଣା ଆଉ ବେଦନା। ବାପା-ମାଆ କହି ଡାକିବେ କାହାକୁ, ଆଉ ଶୁଣିବ କିଏ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

{"id":365967,"sizeSlug":"large"}

ଗତ ୧୨ ତାରିଖରେ  ବାପା ଶଙ୍କର ଲେଙ୍କା ଘୋଡାହାଡ଼ ନଦୀକୁ ଶୌଚ କରିବାକୁ ଯାଇଥିଲେ। ହେଲେ ଆଉ ଫେରି ନଥିଲେ। ନଦୀରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁକୁ ସହି ପାରି ନଥିଲେ ସ୍ତ୍ରୀ ଟୁକୁନି ଲେଙ୍କା। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିଲେ। ଶେଷରେ ସେ ବି ୨ ପୁଅଙ୍କୁ ଛାଡି ଆରପାରିକୁ ଚାଲିଗଲେ। ଆଉ ରହିଗଲେ ୧୧ ବର୍ଷର ପୁଅ ବିକ୍ରମ, ୧୪ ବର୍ଷର ପୁଅ ଏବଂ ବୁଢ଼ୀ ମାଆ । ପରିବାର କହିଲେ ଏବେ ଜେଜେ ମାଆ ଏବଂ ୨ ନାତି। କିଛି ବର୍ଷ ତଳେ ସ୍ବାମୀଙ୍କୁ ହରାଇଥିଲେ, ପୁଣି ପୁଅ-ବୋହୂଙ୍କୁ ହରାଇବା ପରେ ୨ ନାତିଙ୍କୁ ଧରି ପୁଅ-ବୋହୂଙ୍କ ଶୁଦ୍ଧିକ୍ରିୟା କରିଛନ୍ତି। ସାନ ପୁଅ ମାଆଙ୍କ ସତ୍କାର କରିଥିବା ବେଳେ ବଡ ପୁଅ ବାପାଙ୍କ ସତ୍କାର କରିଛନ୍ତି।

{"id":365968,"sizeSlug":"large"}

ଖେଳକୁଦ ଓ ପାଠ ପଢ଼ା ବୟସରେ ୨ ପିଲାଙ୍କ ଉପ​‌ରେ ଦୁଃଖ କଳା ପାହାଡ ଲଦି ହୋଇଯାଇଛି। ବାପ-ମାଆଙ୍କୁ ହରାଇବା ପରେ ସେମାନଙ୍କୁ ଝୁରି ଝୁରି ଘୁମୁରି ଘୁମୁରି କାନ୍ଦୁଛନ୍ତି ୨ ପୁଅ। ସେପଟେ ପିଲା ୨ ଜଣଙ୍କର ଏଭଳି ଦୁଃଖ ଦେଖି ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବୁଢ଼ୀ ମାଆ- ୨ ଜଣ ପିଲା, ଘରେ ଆଉ କେହି ନାହାନ୍ତି। ସେମାନେ ପାଠ ପଢ଼ିବେ କେମିତି, ଖାଇବେ କଣ ? 

{"id":365969,"sizeSlug":"large"}

ସେମାନଙ୍କ ଅଳିଅର୍ଦଳି ସହିବ କିଏ ? ଏସବୁକୁ ଦୃଷ୍ଟିରେ ରଖି କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାର ସହଯୋଗ କଲେ ପିଲା ୨ ଜଣଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପଟେ ସ୍ଥାନୀୟ ସରପଞ୍ଚ ସଞ୍ଜୟ ରାଉତ କହିଛନ୍ତି, ପଞ୍ଚାୟତ ସ୍ତରରେ ଯାହା ସୁବିଧା ରହିଛି, ପିଲା ୨ ଜଣଙ୍କୁ ଯୋଗାଇ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.