Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଚାଷୀଙ୍କ ଧାରଣାସ୍ଥଳକୁ କାର୍ ପଶାଇଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ, ଅନେକ ମୃତାହତ ଆଶଙ୍କା, ଘଟଣାସ୍ଥଳରେ ଉତ୍ତେଜନା ଓ ପୋଡ଼ାଜଳା ବିରୋଧୀଙ୍କୁ ଯୋଗାଇଲା ଖୋରାକ୍

3/10/2021 at 8:29 PM

ଲକ୍ଷ୍ମୀପୁର ଖୀରି ୩।୧୦: ୟୁପି ଲକ୍ଷ୍ମୀପୁର ଖୀରି ବନବୀର ଗାଁରେ ଘଟିଛି ଅଘଟଣ। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅ ଆଶିଷ ମିଶ୍ର ଚାଷୀଙ୍କ ଧାରଣାସ୍ଥଳକୁ କାର ପଶେଇ ଦେଇଛନ୍ତି। ଫଳରେ ଧାରଣା ସ୍ଥଳରେ ଅନେକ ଚାଷୀ ମୃତାହତ ହୋଇଛନ୍ତି। ତେବେପ୍ରଶାସନ ଏପର୍ଯ୍ୟନ୍ତ ମୃତାହତଙ୍କ ସଠିକ ସୂଚନା ଦେଉ ନଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଯାନବାହନ ପୋଡାଜଳା ଚଳାଇଥିବା ବେଳେ ବିଭିନ୍ନ ଥାନାରୁ ଘଟଣାସ୍ଥଳକୁ ପୋଲିସ ପଠାଯାଇଛି। ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏଥିରେ ଚାଷୀଙ୍କ ଉପରେ ଶାସକ ଦଳର ବର୍ବରତା ଏବେ ରାଜ୍ୟରେ ବିରୋଧୀଙ୍କ ଲାଗି ପ୍ରସଙ୍ଗ ପାଲଟିଛି।   

ମିଳୁଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଟେନୀଙ୍କ ଗାଁ ବନବୀରରେ କେତେକ ପ୍ରକଳ୍ପର ଶିଳାନ୍ୟାସ ହେବାକୁ ଥିଲା। ଏଥିରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଆମନ୍ତ୍ରିତ ଅତିଥି ଥିଲେ । ତେବେ କାର୍ଯ୍ୟକ୍ରମ ଲାଗି ମୌର୍ଯ୍ୟଙ୍କ ହେଲିକପ୍ଟର ଯେଉଁଠାରେ ଅବତରଣ କରିବାର ଥିଲା ଚାଷୀମାନେ ସେଠାରେ ପହଞ୍ଚି କଳାପତାକା ଉଡ଼ାଇବା ସହ ଧାରଣା ଆରମ୍ଭ କରିଦେଇଥିଲେ।

ଏହି ସୂଚନା ପାଇ ବିଜେପି ନେତାମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଦ୍ରୁତ ବେଗରେ କାର ଆଣି ଚାଷୀଙ୍କ ଧାରଣାସ୍ଥଳରେ ପୁରାଇ ଦେଇଥିଲେ। ଫଳରେ ୨ ଜଣ ଚାଷୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଚାଷୀ ଆହତ ହୋଇଛନ୍ତି। ଘଟଣା ପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଫେରାର ହୋଇଯାଇଛି। ଏହା ଜଣାପଡିବା ପରେ ବିବିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ଦଳ ଯୋଗୀ ସରକାରଙ୍କୁ ଘେରିଯାଇଛନ୍ତି। କଂଗ୍ରେସ, ସପା, ବସପା ଓ ଆମଆଦମୀ ପାର୍ଟି ଚାଷୀଙ୍କ ପ୍ରତି ଶାସକ ଦଳର ଏହା ଅତ୍ୟାଚାର ବୋଲି କହିଛନ୍ତି।

ମାମଲାରେ ବିରୋଧୀ ଦଳମାନେ ନିର୍ବାଚନ ପୂର୍ବରୁ ଯୋଗୀ ସରକାରଙ୍କ ଇସ୍ତଫା ଦାବି କରିଥିବା ବେଳେ ଦିଲ୍ଲୀରେ କୃଷକ ସଙ୍ଗଠନମାନେ ଚାଷୀଙ୍କୁ ଲକ୍ଷ୍ମୀପୁର ଖୀରି ପହଞ୍ଚିବାକୁ ରାକେଶ ଟିକାୟ ଡାକରା ଦେଇଛନ୍ତି। ଏହି ସୂଚନା ମିଳିବା ପରେ ଟିକାୟତ ମଧ୍ୟ ଲକ୍ଷ୍ମୀପୁର ଖୀରି ଅଭିମୁଖେ ବାହାରି ଯାଇଛନ୍ତି.  ପ୍ରସଙ୍ଗକୁ ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ଗୁରୁତର ସହ ଗ୍ରହଣ କରିଛନ୍ତି। ମାମଲାରେ ସେ ଏକ ଟ୍ୱିଟ୍‌ କରିଥିବା ବେଳେ ଚାଷୀଙ୍କ ପ୍ରତି ବିଜେପିର ମନଭାବକୁ ଅତ୍ୟନ୍ତ କ୍ରୁର ବୋଲି କହିବା ସହ ଦେଶରେ ଚାଷୀଙ୍କ ଶ୍ୱର ଶାଣିତ ହେବ ବୋଲି ଉଲ୍ଲେଖ କରିଛନ୍ତି।

ସେହିପରି ସପା ନେତା ଅଖିଳେଶ ଯାଦବ ଟ୍ୱିଟ୍‌ କରିଛନ୍ତି। ଘଟଣା ଲାଗି ବିଜେପି ସରକାରରୁ ତୁରନ୍ତ ଇସ୍ତଫା ଦେଉ ବୋଲି ସିଧାଶଳଖ ଦାବି କରିଛନ୍ତି। ଏହି ଘଟଣା ପରେ ସରକାରରେ ରହିବା କୌଣସି ରାଜନୈତିକ ଦଳର ନୈତିକତା ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ଉତ୍ତରପ୍ରଦେଶ ଆମ ଆଦମୀ ପାର୍ଟି ମଧ୍ୟ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହାକୁ ନରସଂହାର ବୋଲି ଆପ ଅଭିହିତ କରିଥିବା ବେଳେ ବିଜେପି ନେତାଙ୍କ ପୁଅକୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ରୁଜୁ ଲାଗି ଦାବି କରିଛନ୍ତି।

   Related Posts