ଜାଣନ୍ତୁ- ଟ୍ରାଫିକ କଣ୍ଟ ପୁରିଲା ରବିବାରଠାରୁ ଆରମ୍ଭ ହେବ ଧରପଗଡ଼

Published By : Prameya-News7 Bureau | February 29, 2020 IST

ଭୁବନେଶ୍ୱର ୨୯।୦୨- କଣ୍ଟ ପୁରିଲା। ରବିବାରରୁ ଆରମ୍ଭ ହେବ ଧରପଗଡ଼। ନୂଆ ମୋଟର ଯାନ ଆଇନକୁ ପୁଣି କଡାକଡ଼ି କରିବେ ରାଜ୍ୟ ସରକାର। ଦୁର୍ଘଟଣାକୁ ୫୦ ପ୍ରତିଶତ କମାଇବା ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ  ଏବେ ବି ଆରଟିଓ ଅଫିସରେ  ଭିଡ଼ ଜମିଛି। ଗାଡ଼ି କାଗଜ ପତ୍ର ଓ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଲାଇନ୍‌ରେ ଠିଆ ହୋଇଛନ୍ତି ଲୋକେ। ଆଉ କିଛି ଦିନ ସମୟ ଦେବାକୁ ସରକାରଙ୍କୁ ଅପିଲ କରିଛନ୍ତି ସାଧାରଣ ଲୋକେ ।…

{"id":230956,"sizeSlug":"large"}

ସାବଧାନ। ସରିଲା ଡେଡ ଲାଇନ୍। କାଲି ଠାରୁ ଆରମ୍ଭ ହେବ ଧରପଗଡ଼।  କଡାକଡି ହେବ ଯାଞ୍ଚ । ଆଉ ମାଫ୍‌ ନାହିଁ ।ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଗଣିବେ ମୋଟା ଅଙ୍କର ଟଙ୍କା। ଏଭଳି ସିଧାସିଧା ଚେତାବନୀ ଶୁଣାଇ ଦେଇଛନ୍ତି ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏବେ ସରକାର ୫୦ ପ୍ରତିଶତ ଦୁର୍ଘଟଣା କମାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେଣୁ ମାର୍ଚ୍ଚ ପହିଲାରୁ ଅର୍ଥାତ ଆସନ୍ତା କାଲି ଠାରୁ ପୁଣି ପୋଲିସ ଓ ବାଣିଜ୍ୟ ଓ ପରିବହନ କର୍ମଚାରୀ ମଶି ଗାଡ଼ି କାଗଜ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ ଓ ପଲ୍ୟୁସନ ସବୁ କିଛି ଯାଞ୍ଚ କରିବା ସହ କଷିବେ ଫାଇନ୍‌।…

{"id":230958,"sizeSlug":"large"}

ଫେବ୍ରୁୟାରୀ ମାସରେ ଡିଏଲ ପାଇଁ ୧୯୪୯୭ ଜଣ ଆବେଦନ କରିଥିବାବେଳେ ଗାଡି ପୁନଃ ପଞ୍ଜିକରଣ ପାଇଁ ୨ହଜାର ୪୬ ଜଣ ଆବେଦନ କରିଛନ୍ତି। କାଲି କଣ୍ଟ ପୁରିଥିବାରୁ ଆଜି ପୁଣି ଆରଟିଓ ଅଫିସରେ ଭିଡ଼ ଦେଖିବାକୁ ମିଳିଛି। ସରକାର ୬ମାସ ସମୟ ଦେଇଥିଲେ ସୁଦ୍ଧା ଅନେକ ଲୋକ ଏପର୍ଯ୍ୟନ୍ତ ଗାଡ଼ି କାଗଜପତ୍ର ଠିକ୍ କରିନାହାନ୍ତି  କି ଡିଏଲ କରିନାହାନ୍ତି । ଏଭଳି ଭିଡ଼କୁ ଦେଖି ସରକାର ଆଉ କିଛି ଦିନ କୋହଳ କରିବାକୁ ଅପିଲ୍‌ କରିଛନ୍ତି  ଲୋକେ।…

ସେପ୍ଟମ୍ବରରେ ନୂଆ ମୋଟର  ଯାନ ଆଇନ୍ ଲାଗୁ ହେବା ପରେ ଉପୁଜିଥିଲା ଜନ ଅସନ୍ତୋଷ । ଏପରିକି ଜନତା ପୋଲିସ ମୁହାଁମୁହିଁ  ହୋଇଥିଲେ। ଯେଉଁଥିପାଇଁ ସରକାର ପ୍ରଥମେ ତିନି ମାସ, ତାପରେ ଆଉ ତିନି ମାସ କରି ଏମିତି ୬ମାସ କୋହଳ କରିଥିଲେ। ସମସ୍ତଙ୍କୁ ଗାଡ଼ି କାଗଜପତ୍ର ଓ ଡିଏଲ୍‌ ଠିକ କରିବାକୁ ସଚେତନତା ମଧ୍ୟ କରାଯାଇଥିଲା । ଏବେ ଏହି ନିୟମକୁ ପୁଣି କଡ଼ାକଡ଼ି କରିବେ ସରକାର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.