କଟକ ସହରରେ ବଦଳିବ ଟ୍ରାଫିକ୍ ରୂପରେଖ

Published By : Prameya-News7 Bureau | August 01, 2018 IST

ଘରୋଇ ବସର ଷ୍ଟପେଜ ପାଇଁ ସ୍ଥାନ ନିର୍ଦ୍ଧାରଣ ସହ ମୁଖ୍ୟରାସ୍ତା କଡରୁ ରଟିବ ଜବରଦଖଲ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ । କଟକ ସହରର ଅସଜଡା ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବାକୁ ଅଣ୍ଟା ଭିଡିଛି ପୋଲିସ । ଓଏମପି ଛକଠାରୁ ବାଦାମବାଡି ପର୍ଯ୍ୟନ୍ତ ରାସ୍ତାକୁ ଅବରୋଧ ମୁକ୍ତ କରାଯିବ । ହଟିବ ବେଆଇନ ପାର୍କିଂ । ଏଥିପାଇଁ ଟ୍ରାଫିକ ପୋଲିସ ବୁଧବାରଠୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଘରୋଇ ବସ ଗୁଡିକର ଷ୍ଟପେଜ ପାଇଁ ସ୍ଥାନ ନିର୍ଦ୍ଧାରଣ ସହ ମୁଖ୍ୟରାସ୍ତା କଡରୁ ଜବରଦଖଲ ଉଛେଦ ହେବ । ନିକଟରେ ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି, ମୁଖ୍ୟ ରାସ୍ତାକୁ ଅବରୋଧମୁକ୍ତ କରିବାଲାଗି ଟ୍ରାଫିକ ପୋଲିସକୁ କଡା ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.