Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କାଲିଠୁ କଡାକଡି ହେବ ଟ୍ରାଫିକ ନିୟମ- ରୂପାଲି ଛକରେ ଲାଗିଛି ରାଜ୍ୟର ପ୍ରଥମ TVDS ମେସିନ୍ , ଏଣିକି ଡାକରେ ଘରକୁ ଯିବ ଇ-ଚାଲାଣ

30/11/2019 at 5:17 PM

ଭୁବନେଶ୍ୱର ୩୦।୧୧ –  କାଲିଠୁ କଡା କଡି ହେବ ଟ୍ରାଫିକ ନିୟମ । ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା ପଦକ୍ଷେପ ନେବେ ସରକାର । ଆସନ୍ତା କାଲିଠୁ ନିୟମ କୋହଳ ଅବଧି ପୁରୁଥିବାବେଳେ ଏମିତି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । କାଲିଠୁ ତିନିମାସ ଯାଏ କେବଳ ଗାଡି କାଗଜପତ୍ର ଯାଞ୍ଚରେ କୋହଳ ନୀତି ଆପଣାଇବେ କର୍ତ୍ତୃପକ୍ଷ । ହେଲେ ନିୟମ ଉଲଙ୍ଘନ କାରୀଙ୍କଠୁ ନୂଆ ନିୟମ ଅନୁସାରେ ଫାଇନ ଆଦାୟ କରାଯିବ । ସେପଟେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ କମିଶପୋଲିସର ନୂଆ ଫଣ୍ଡା । ଏଣିକି ଡାକରେ ଘରକୁ ଯିବ ଇ-ଚାଲାଣ । ଗାଡି ମାଲିକ ଫାଇନ ଗଣିବେ ।ଏଥିପାଇଁ ରୂପାଲି ଛକରେ ଲାଗିଛି ରାଜ୍ୟର ପ୍ରଥମ TVDS ମେସିନ୍ ।…

ଗାଡି କାଗଜ ପତ୍ର ପ୍ରସ୍ତୁତି କରିବାକୁରେ ସିନା ନିୟମ ୩ ମାସ କୋହଳ ହେଲା । ହେଲେ ଟ୍ରାଫିକ୍ ନିୟମକୁ ଭାଙ୍ଗୁଥିବା ଚାଳକଙ୍କୁ ମିଳିବନି ତ୍ରାହି । କାଲିଠୁ କଡା କଡି ହେବ ଟ୍ରାଫିକ ନିୟମ । ନିୟମ ଉଲଙ୍ଘ କଲେ ଗାଡିଚାଳକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । ଆସନ୍ତା କାଲି ପ୍ରଥମ ଦଫା ଡେଡଲାଇନ ପୂରଣ ହେଉଥିବାରୁ ଏମିତି ନିଷ୍ପତି ନେଇଛନ୍ତି ସରକାର । ନୂଆ ମୋଟର ଯାନ ଆଇନ କାଲିଠୁ କଡାକଡି ଲାଗୁ ହେବ । କେବଳ କାଗଜ ପତ୍ର ଯାଞ୍ଜ ଉପରେ ତିନିମାସ କୋହଳ ନିତୀ ଆପଣେଇବେ ସରକାର । ୧୦ଟି ନିୟମକୁ କଡା କଡି ଭାବେ ପାଳନ ସହ ଧରପଗଡ ଲାଗି ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି ପରିବହନ ବିଭାଗ । ଦ୍ରୁତ ଗତିରେ ଗାଡି ଚଲାଇବା,ଟ୍ରାଫିକ ସିଗିନାଲ ନମାନିବା, ମଦ ପିଇ ଗାଡି ଚଳାଇବା, ଉପରେ ଧରପଗଡ ଯୋରଦାର ହେବ । ସେହିପରି ରଙ୍ଗରୁଟରେ ଗାଡି ଚଲାଇବା, ଗାଡି ଚଳାଇବା ବେଳେ ମୋବାଇରେ କଥା ହେବା, ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇବା, ଦୁଇଚକିଆରେ ତିନିଜଣ ଯାତ୍ରା କରିବା, ହେଲମେଟ ନପିନ୍ଧିବା, ସିଟ ବେଲ୍ଟ ନବାନ୍ଧିବା ସାଙ୍ଗକୁ ଗାଡିରେ ଓଭରଲୋଡିଂ ଉପରେ ଜୋରଦାର ଯାଞ୍ଚ ହେବ । ଏହି ସବୁ ନିୟମ ଉଲଙ୍ଘନ କଲେ ଗାଡି ଚାଳକ ତିନିଗୁଣା ଫାଇନ ଭରିବେ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି 

ସେପଟେ କାଲିଠୁ ଟୁଇନ୍ ସିଟିରେ ମଧ୍ୟ ନିୟମକୁ କଡାକଡି ପାଳନ କରିବାକୁ ପ୍ଲାନ କରିଛି କମିଶନରେଟ ପୋଲିସ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ନୂଆ ଫଣ୍ଡା ଆପଣାଇଛି । ନିୟମ ଉଲ୍ଲଂଘନ କଲେ ଏଣିକି ଡାକରେ ଘରକୁ ଯିବ ଇ-ଚାଲାଣ । ଗାଡି ମାଲିକ ଫାଇନ ଗଣିବେ । ଏଥିପାଇଁ ରୂପାଲି ଛକରେ ଲାଗିଛି ରାଜ୍ୟର ପ୍ରଥମ TVDS ମେସିନ୍ । ନିୟମ ଉଲଙ୍ଘନ କରିଥିବା ଗାଡି ଚାଳକଙ୍କୁ ଅଧିକ ସମୟ ଅଟକାଇ ରଖାଯିବନି । RTO ଖାତାରେ ହିଁ ନାମ ଦରଜ ବ୍ୟକ୍ତିଙ୍କ ନାଁରେ ପଡିବ ଫାଇନ୍ । ଗାଡି ଟିକସ ଦାଖଲ ବେଳେ ଏହି ଫାଇନ୍ ସୁଧମୂଳ ସହ ଆଦାୟ କରାଯିବ । ଏନେଇ ପୋଲିସ କମିଶନର ସତର୍କ କରାଇଛନ୍ତି ।

ନୂଆ ମୋଟରଯାନ ଆଇନ ଆସିବା ପରେ ରାଜ୍ୟରେ ଧରପଗଡ ଯୋରଦାର ହୋଇଥିଲା । କିନ୍ତୁ ଜନ ଅସନ୍ତୋଷ ବଢିବାପରେ ସରକାର ନିୟମ ଲାଗୁରେ ତିନିମାସ କୋହଳ କରିଥିଲେ । ଆସନ୍ତାକାଲିଠୁ ଡେଡ ଲାଇନ ପୁରୁଛି । ଆଉ ଭିତ୍ତିଭୂମି ନଥିବାରୁ ଗାଡିର କାଗଜପତ୍ର ପ୍ରସ୍ତୁତରେ ଲୋକେ ଅସୁବିଧାରେ ପଡୁଛନ୍ତି । ଏହାକୁ ଦେଖି ସରକାର ଲଲିଂ ଲାଇସେନ୍ସ, ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡି ଫିଟନେସ ଆଦି କାଗଜ ପତ୍ର ପ୍ରସ୍ତୁତି କରିବାକୁ ଆହୁରି ତିନି ମାସ ସମୟ ଦେଇଛନ୍ତି ।

   Related Posts