ଆଜି ଠାରୁ କଡ଼ାକଡ଼ି ଟ୍ରାଫିକ୍ ନିୟମ: ନିୟମ ଉଲ୍ଲଂଘନ କଲେ ଲାଗିବ ୩ ଗୁଣା ଫାଇନ୍

Published By : Prameya-News7 Bureau | December 01, 2019 IST

ଭୁବନେଶ୍ବର ୦୧।୧୨: ଆଜି ଠାରୁ କଡ଼ାକଡ଼ି ହୋଇଛି  ଟ୍ରାଫିକ୍ ନିୟମ ।ଏଣିକି  ନିୟମ ଉଲଙ୍ଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ ନେବେ ସରକାର ।କାଲି ନିୟମ କୋହଳ ଅବଧି ସରିଥିବା ବେଳେ ଆଜିଠାରୁ  ୩ ମାସ ଯାଏଁ କେବଳ ଗାଡ଼ି କାଗଜପତ୍ର ଯାଞ୍ଚରେ କୋହଳ ନୀତି ଆପଣାଇବେ କର୍ତ୍ତୃପକ୍ଷ, ହେଲେ ନିୟମ ଉଲଙ୍ଘନ କାରୀଙ୍କଠାରୁ ନୂଆ ନିୟମ ଅନୁସାରେ ଫାଇନ୍ ଆଦାୟ କରାଯିବ ।

{"id":192363,"sizeSlug":"large"}

ଏହାସହ୧୦ଟି ନିୟମକୁ କଡା କଡି ଭାବେ ପାଳନ ସହ ଧରପଗଡ ଲାଗି ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି ପରିବହନ ବିଭାଗ । ଦ୍ରୁତ ଗତିରେ ଗାଡି ଚଲାଇବା,ଟ୍ରାଫିକ ସିଗିନାଲ ନମାନିବା, ମଦ ପିଇ ଗାଡି ଚଳାଇବା, ଉପରେ ଧରପଗଡ ଯୋରଦାର ହେବ । ସେହିପରି ରଙ୍ଗରୁଟରେ ଗାଡି ଚଲାଇବା, ଗାଡି ଚଳାଇବା ବେଳେ ମୋବାଇରେ କଥା ହେବା, ବିପଦ ପୂଣ୍ଣ ଭାବେ ଗାଡି ଚଳାଇବା, ଦୁଇଚକିଆରେ ତିନିଜଣ ଯାତ୍ରା କରିବା, ହେଲମେଟ ନପିନ୍ଧିବା, ସିଟ ବେଲ୍ଟ ନବାନ୍ଧିବା ସାଙ୍ଗକୁ ଗାଡିରେ ଓଭରଲୋଡିଂ ଉପରେ ଯୋରଦାର ଯାଞ୍ଚ ହେବ । ଏହି ସବୁ ନିୟମ ଉଲଙ୍ଘନ କଲେ ଗାଡି ଚାଳକ ତିନିଗୁଣା ଫାଇନ ଭରିବେ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି   ସେପଟେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସର ନୂଆ ଫଣ୍ଡା ।  ଏଣିକି ଡାକରେ ଘରକୁ ଯିବ ଇ-ଚାଲାଣ । ଗାଡ଼ି ମାଲିକ ଫାଇନ୍ ଗଣିବେ । ଏଥିପାଇଁ ରୂପାଲି ଛକରେ ଲାଗିଛି ରାଜ୍ୟର ପ୍ରଥମ TVDS ମେସିନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.