ଆଜିଠୁ ବଦଳିଗଲା ଟ୍ରାଫିକ ନିୟମ: ଗାଡି ଚଳାଇବା ବେଳେ ଦେଖି ପାରିବେ ମୋବାଇଲ୍, ଏହି କାମ ପାଇଁ କଟିବ ନାହିଁ ଚାଲାଣ

Published By : Prameya-News7 Bureau | October 01, 2020 IST

ନୂଆଦିଲ୍ଲୀ ୦୧।୧୦: ଅକ୍ଟୋବର ୧ ଅର୍ଥାତ ଆଜିଠୁ ଦେଶର ଟ୍ରାଫିକ ନିୟମରେ ହୋଇଛି ବଡ ପରିବର୍ତ୍ତନ।  ବଦଳୁଥିବା ସମୟକୁ ଦୃଷ୍ଟିରେ ରଖି ମୋବାଇଲକୁ ନେଇ ନିୟମରେ ଅନେକ ପରିବର୍ତ୍ତନ କରାଯାଇଛି। ଏବେ ଆପଣ ଗାଡିର କାଗଜପତ୍ର ମୋବାଇଲ୍‌ରେ ରଖି ପାରିବେ। ପୋଲିସ ମାଗିଲେ ଆପଣ ମୋବାଇଲ୍‌ ଜରିଆରେ ନିଜର ସଫ୍ଟ ଡକ୍ୟୁମେଣ୍ଟ ଦେଖାଇ ପାରିବେ। ଯଦ୍ଵାରା ଆପଣଙ୍କ ଚାଲାଣ କଟିବ ନାହିଁ। ଏହା ବ୍ୟତୀତ କାର ଚଳାଇବା ସମୟରେ ମୋବାଇଲ୍ ବି ଦେଖି ପାରିବେ। କିନ୍ତୁ କଥା ହୋଇ ଗାଡି ଚଳାଇଲେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିପାରେ। ଆସନ୍ତୁ ଜାଣିବା ଟ୍ରାଫିକ ନିୟମରେ ହୋଇଥିବା ପରିବର୍ତ୍ତନ…

ଡିଜିଟାଲୀକରଣକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସଡକ, ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ମୋଟର  ଯାନ ନିୟମ ୧୯୮୯ରେ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ଆଜିଠୁ ଲାଗୁ ହୋଇ ଯାଇଛି। ଆଜିଠୁ ଆପଣଙ୍କୁ ନିଜର କାର, ବାଇକ କିମ୍ବା ଅନ୍ୟ କୌଣସି ଗାଡିର କାଗଜପତ୍ର ସାଙ୍ଗରେ ଧରି ଯିବାର ଆବଶ୍ୟକ ନାହିଁ। ଟ୍ରାଫିକ ପୋଲିସ ଗାଡି କାଗଜପତ୍ର ମାଗିଲେ ଆପଣ ମୋବାଇଲ୍‌ରେ ରଖିଥିବା ଡକ୍ୟୁମେଣ୍ଟ ଦେଖାଇ ପାରିବେ।

ଚାଳକ ଏବେ ନିଜ ଗାଡିର କାଗଜପତ୍ର ଡିଜି ଲକର ଏମ-ପରିବହନରେ ଷ୍ଟୋର କରି ପାରିବେ। ଏବେ ଟ୍ରାଫିକ ପୋଲିସ୍ ହାର୍ଡ କପି ମାଗିବେ ନାହିଁ। ଯଦି କେହି ନିୟମ ଉଲ୍ଲଂଘନ କରିଥାଏ ଏବଂ ଡକ୍ୟୁମେଣ୍ଟ ଜବତ କରିବାର ଆବଶ୍ୟକ ପଡେ ତେବେ ସେହି କ୍ଷେତ୍ରରେ ମୋବାଇଲ୍‌ରେ ରଖିଥିବା କାଗଜପତ୍ର ଦେଖାଇ ପାରିବେ।

ଏଥିସହିତ ଚାଲାଣ ନିୟମରେ ବି ପରିବର୍ତ୍ତନ କରାଯାଇଛି। ସରକାର ଚାହୁଁଛନ୍ତି କୌଣସି ବି ଗାଡିର ଯାଞ୍ଚ ବାରମ୍ବାର କରାନଯାଉ। ଏପରି ହେଲେ ରାସ୍ତାରେ ଗାଡି ଚଳାଇବା ବେଳେ ଡ୍ରାଇଭରଙ୍କୁ ସମସ୍ୟା କମ ହେବ ଏବଂ ଭିଡ ମଧ୍ୟ ନିୟନ୍ତ୍ରଣରେ ରହିବ। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କୁ ସରକାର ଡିଜିଟାଲ ପୋର୍ଟାଲ ମାଧ୍ୟମରେ ଇ-ଚାଲାନ ଜାରି କରିବେ। ଏପରିକି ଡ୍ରାଇଭିଂ ଲାଇସେନ୍ସ ବାତିଲ ପରେ ଡିଜିଟାଲ ପୋର୍ଟାଲରେ ରିପୋର୍ଟ କରିବାକୁ ପଡିବ।

ଫୋନର ବ୍ୟବହାର କରି ପାରିବେ

ମୋବାଇଲ ମ୍ୟାପ୍ ଦେଖିବା ଆଜିର ସମୟରେ ଜରୁରୀ ହୋଇ ପଡିଛି। ତେଣୁ ଅକ୍ଟୋବର ୧ରୁ ମୋବାଇଲ ବ୍ୟବହାରକୁ ନେଇ ମଧ୍ୟ ନିୟମରେ ପରିବର୍ତ୍ତନ ହୋଇଛି। ମନ୍ତ୍ରଣାଳୟ ଡ୍ରାଇଭିଂ ସମୟରେ ମୋବାଇଲ ଫୋନର ବ୍ୟବହାର ନେଇ ନିୟମରେ ସଂଶୋଧନ କରିଛନ୍ତି। ଏବେ ଆପଣ ଗାଡି ଚଳାଇବା ସମୟରେ ରୁଟ୍‌ ଜାଣିବା ପାଇଁ ମୋବାଇଲ କିମ୍ବା ଅନ୍ୟ ହ୍ୟାଣ୍ଡହେଡ୍ ଡିଭାଇସ୍‌ ବ୍ୟବହାର କରି ପାରିବେ। କିନ୍ତୁ ଗାଡି ଚଳାଇବା ସମୟରେ ଫୋନରେ କଥା ହେଲେ ତଣ୍ଡ ଗଣିବାକୁ ପଡିବ। ଗାଡି ଚଳାଇବା ବେଳେ ଫୋନ୍‌ରେ କଥା ହେବା  ସମୟରେ ଧରା ପଡିଲେ ୧୦୦୦ ଟଙ୍କାରୁ ନେଇ ୫୦୦୦ ପର୍ଯ୍ୟନ୍ତ ଜୋରିମାନା ଲାଗିପାରେ।

ଏବ ଲାଇସେନ୍ସ, ଆରସି ବି ଆପଣ ଘରେ ବସସି ଅନଲାଇନ୍‌ରେ ତିଆରି କରି ପାରିବେ। ନୂତନ ବିଜ୍ଞପ୍ତି ଅନୁଯାୟୀ ଏବେ ଆଧାରକାର୍ଡର ବ୍ୟବହାର ଅନଲାଇନ୍‌ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା, ଲାଇସେନ୍ସର ନବୀକରଣ, ଗାଡିର ପଞ୍ଜୀକରଣ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.