ଟ୍ରାଫିକ ନିୟମ କଡ଼ାକଡ଼ି: ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ କଂଗ୍ରେସର ଚେତାବନୀ

Published By : Prameya-News7 Bureau | March 02, 2020 IST

ଭୁବନେଶ୍ବର୨/୩: ଗତକାଲି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଗୋଟିଏ ଦିନରେ କୋଟିଏ ଟଙ୍କା ଆଦାୟ ହୋଇଛି। ସେପଟେ ମୋଟର ଯାନ ଆଇନ୍ କଡାକଡି ହେବା ପରେ ପୁଣି ବିରୋଧାଭାଷ ଦେଖିବାକୁ ମିଳିଛି । ରାଜନୀତି ବି ଆରମ୍ଭ ହୋଇଛି।  ଯାଞ୍ଚ ଆଳରେ ଆରଟିଓ କର୍ମଚାରୀ ଏବଂ ପୋଲିସ ମହିଳାଙ୍କୁ ଖରାପ ବ୍ୟବହାର ଦେଖାଉଥିବା ଅଭିଯୋଗ କରିଛି କଂଗ୍ରେସ ।  ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ଏହାଦ୍ବାରା ଦୁର୍ଘଟଣା ୫୦ ପ୍ରତିଶତ କମିଯିବ ।

{"id":231892,"sizeSlug":"large"}

କାହିଁକି ବିରୋଧ। ୬ ମାସର ମହଲତ ମିଳିଲା। ତଥାପି ସଚେତନ ହେଲେନି ।  ଠିକ କଲେନି ଗାଡି କାଗଜ ପତ୍ର କି ଡ୍ରାଇଭିଂ ଲାଇସେନସ।  ଏବେ ଆଇନ କଡାକକଡି ଲାଗୁ କରାଯିବାରୁ ତାତିଛନ୍ତି ଲୋକେ । ଆଜି ଭୁବନେଶ୍ବରରେ ଦୁଇଟି କଲେଜ ବସ୍‌କୁ ହୋଇଛି ୨୫ ହଜାର ଟଙ୍କା ଲେଖାଏଁ ଫାଇନ। ଗାଡିର ଆବଶ୍ୟକ କାଗଜପତ୍ର, ଇନିସୁରାନ୍ସ ଓ ଫିଟନେସ୍ ଅବଧି ନିୟମ ଉଲ୍ଲଂଘନ ଅଭିଯୋଗରେ ଫାଇନ ହୋଇଛି। ସେପଟେ ସମ୍ବଲପୁରରେ ନାବାଳକ ସ୍କୁଟି ଚାଳକଙ୍କ ଅଭିଭାବକଙ୍କୁ ୪୩ହଜାର ଟଙ୍କାର ଜରିମାନା ହୋଇଛି। ନାବାଳକ ଜଣକ ବିନା ହେଲମେଟରେ  ସ୍କୁଟି ଚଳାଉଥିବା ବେଳେ ଧରା ପଡିଥିଲେ। ବିଭିନ୍ନ ସହରରେ ଆଜି ଜୋରଦାର ଚଢାଉ ଜାରି ରହିଛି।

{"id":231893,"sizeSlug":"large"}

୨୪ ଘଣ୍ଟାରେ ଆରଟିଓ କର୍ମଚାରୀ  ଓ ପୋଲିସ ୩୮୭୦ଜଣଙ୍କ ଠାରୁ ୧କୋଟି ୬ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ତିନି ଜଣ  ବସି ଗାଡି ଚଳାଉଥିବା ଅଭିଯୋଗରେ ୧୨୬ ଜଣ, ମୋବାଇଲ କଥା ହୋଇ ଗାଡି ଚଳାଉଥିବା ଅଭିଯୋଗରେ ୪୮ ଜଣ, ରଙ୍ଗରୁଟରେ ଗାଡି ଚଳାଇ ୧୦ ଜଣ,ମଦ ପିଇ ଗାଡିଚଳାଉଥିବାରୁ ୨୪, ବିନା ହେଲମେଟରେ ୧୮୩୧, ବିନା ସିଟବେଲଟରେ ୩୪୯, ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ୨୭୭ଲୋକଙ୍କ ଠାରୁ ପାଇନ ଆଦାୟ ହୋଇଛି।

{"id":231894,"sizeSlug":"large"}

ଆରଟିଓ ଏବଂ ପୋଲିସର ଏମିତି କଡ଼ାକଡ଼ି  ଯାଞ୍ଜକୁ ନେଇ  କଂଗ୍ରେସ କିନ୍ତୁ ତାତିଛି।  ବିଧାୟକ ସୁର ରାଉତରାୟ ଅଭିଯୋଗ କରିଛନ୍ତି ଯେ ବାଟରେ ଗାଡି ଅଟକାଇ ଆରଟିଓ ଓ ପୋଲିସ କର୍ମଚାରୀ ମହିଳାମାନଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଗାଡି ଯାଞ୍ଚ ବାହାନାରେ ଆତଙ୍କରାଜ ସୃଷ୍ଟି କରାଯାଉଛି। କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଧମକ ଦେଇଛି। ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ଚେକିଂ ଦ୍ବାରା ଲୋକେ ସଚେତନ ହେବେ ଏହାଦ୍ବାରା ଦୁର୍ଘଟଣା ୫୦ ପ୍ରତିଶତ ହ୍ରାସ ପାଇବ।  

ନୂଆ ମଟର ଯାନ ଆଇନ ଲୋକେ ସ୍ବାଗତ କରୁଥିଲେ ମଧ୍ୟ ସେମାନଙ୍କୁ ଆହୁରି ମହଲତ ଦରକାର ବୋଲି ଯୁକ୍ତି ବାଢୁଛନ୍ତି। ସେପଟେ ଯେଉଁମାନେ ସାଧାରଣ ନିୟମ ମାନୁଛନ୍ତି ସେମାନଙ୍କ ପାଇଁ ଡରିବାର କିଛି ନାହିଁ ବୋଲି ପୋଲିସ ଓ ଆରଟିଓ ସଫେଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.