କାଲିଠୁ ଆଉ ନିସ୍ତାର ନାହିଁ - କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ

Published By : Prameya-News7 Bureau | November 30, 2019 IST

ଭୁବନେଶ୍ୱର ୩୦।୧୧ -  କାଲିଠୁ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ । ନିୟମ ଉଲଙ୍ଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ ନେବେ ସରକାର । ଆସନ୍ତା କାଲିଠୁ ନିୟମ କୋହଳ ଅବଧି ପୁରୁଥିବା ବେଳେ, ଏମିତି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । କାଲିଠୁ ୩ ମାସ ଯାଏଁ କେବଳ ଗାଡ଼ି କାଗଜପତ୍ର ଯାଞ୍ଚରେ କୋହଳ ନୀତି ଆପଣାଇବେ କର୍ତ୍ତୃପକ୍ଷ । ହେଲେ ନିୟମ ଉଲଙ୍ଘନ କାରୀଙ୍କଠାରୁ ନୂଆ ନିୟମ ଅନୁସାରେ ଫାଇନ୍ ଆଦାୟ କରାଯିବ । ସେପଟେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସର ନୂଆ ଫଣ୍ଡା । ଏଣିକି ଡାକରେ ଘରକୁ ଯିବ ଇ-ଚାଲାଣ । ଗାଡ଼ି ମାଲିକ ଫାଇନ୍ ଗଣିବେ । ଏଥିପାଇଁ ରୂପାଲି ଛକରେ ଲାଗିଛି ରାଜ୍ୟର ପ୍ରଥମ TVDS ମେସିନ୍ ।

{"id":192303,"sizeSlug":"large"}

ଗାଡି କାଗଜ ପତ୍ର ପ୍ରସ୍ତୁତି କରିବାକୁରେ ସିନା ନିୟମ ୩ ମାସ କୋହଳ ହେଲା । ହେଲେ ଟ୍ରାଫିକ୍ ନିୟମକୁ ଭାଙ୍ଗୁଥିବା ଚାଳକଙ୍କୁ ମିଳିବନି ତ୍ରାହି । କାଲିଠୁ କଡା କଡି ହେବ ଟ୍ରାଫିକ ନିୟମ । ନିୟମ ଉଲଙ୍ଘ କଲେ ଗାଡିଚାଳକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । ଆସନ୍ତା କାଲି ପ୍ରଥମ ଦଫା ଡେଡଲାଇନ ପୁରଣ ହେଉଥିବାରୁ ଏମିତି ନିଷ୍ପତି ନେଇଛନ୍ତି ସରକାର । ନୂଆ ମୋଟର ଯାନ ଆଇନ କାଲିଠୁ କଡାକଡି ଲାଗୁ ହେବ । କେବଳ କାଗଜ ପତ୍ର ଯାଞ୍ଜ ଉପରେ ତିନିମାସ କୋହଳ ନିତୀ ଆପଣେଇବେ ସରକାର ।

{"id":192304,"sizeSlug":"large"}

୧୦ଟି ନିୟମକୁ କଡା କଡି ଭାବେ ପାଳନ ସହ ଧରପଗଡ ଲାଗି ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛି ପରିବହନ ବିଭାଗ । ଦ୍ରୁତ ଗତିରେ ଗାଡି ଚଲାଇବା,ଟ୍ରାଫିକ ସିଗିନାଲ ନମାନିବା, ମଦ ପିଇ ଗାଡି ଚଳାଇବା, ଉପରେ ଧରପଗଡ ଯୋରଦାର ହେବ । ସେହିପରି ରଙ୍ଗରୁଟରେ ଗାଡି ଚଲାଇବା, ଗାଡି ଚଳାଇବା ବେଳେ ମୋବାଇରେ କଥା ହେବା, ବିପଦ ପୂଣ୍ଣ ଭାବେ ଗାଡି ଚଳାଇବା, ଦୁଇଚକିଆରେ ତିନିଜଣ ଯାତ୍ରା କରିବା, ହେଲମେଟ ନପିନ୍ଧିବା, ସିଟ ବେଲ୍ଟ ନବାନ୍ଧିବା ସାଙ୍ଗକୁ ଗାଡିରେ ଓଭରଲୋଡିଂ ଉପରେ ଯୋରଦାର ଯାଞ୍ଚ ହେବ । ଏହି ସବୁ ନିୟମ ଉଲଙ୍ଘନ କଲେ ଗାଡି ଚାଳକ ତିନିଗୁଣା ଫାଇନ ଭରିବେ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି 

{"id":192305,"sizeSlug":"large"}

ସେପଟେ କାଲିଠୁ ଟୁଇନ୍ ସିଟିରେ ମଧ୍ୟ ନିୟମକୁ କଡାକଡି ପାଳନ କରିବାକୁ ପ୍ଲାନ କରିଛି କମିଶନରେଟ ପୋଲିସ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ନୂଆ ଫଣ୍ଡା ଆପଣାଇଛି । ନିୟମ ଉଲ୍ଲଂଘନ କଲେ ଏଣିକି ଡାକରେ ଘରକୁ ଯିବ ଇ-ଚାଲାଣ । ଗାଡି ମାଲିକ ଫାଇନ ଗଣିବେ । ଏଥିପାଇଁ ରୂପାଲି ଛକରେ ଲାଗିଛି ରାଜ୍ୟର ପ୍ରଥମ TVDS ମେସିନ୍ । ନିୟମ ଉଲଙ୍ଘନ କରିଥିବା ଗାଡି ଚାଳକଙ୍କୁ ଅଧିକ ସମୟ ଅଟକାଇ ରଖାଯିବନି । RTO ଖାତାରେ ହିଁ ନାମ ଦରଜ ବ୍ୟକ୍ତିଙ୍କ ନାଁରେ ପଡିବ ଫାଇନ୍ । ଗାଡି ଟିକସ ଦାଖଲ ବେଳେ ଏହି ଫାଇନ୍ ସୁଧମୂଳ ସହ ଆଦାୟ କରାଯିବ । ଏନେଇ ପୋଲିସ କମିଶନର ସତର୍କ କରାଇଛନ୍ତି ।

ନୂଆ ମୋଟରଯାନ ଆଇନ ଆସିବା ପରେ ରାଜ୍ୟରେ ଧରପଗଡ ଯୋରଦାର ହୋଇଥିଲା । କିନ୍ତୁ ଜନ ଅସନ୍ତୋଷ ବଢିବାପରେ ସରକାର ନିୟମ ଲାଗୁରେ ତିନିମାସ କୋହଳ କରିଥିଲେ । ଆସନ୍ତାକାଲିଠୁ ଡେଡ ଲାଇନ ପୁରୁଛି । ଆଉ ଭିତ୍ତିଭୂମି ନଥିବାରୁ ଗାଡିର କାଗଜପତ୍ର ପ୍ରସ୍ତୁତରେ ଲୋକେ ଅସୁବିଧାରେ ପଡୁଛନ୍ତି । ଏହାକୁ ଦେଖି ସରକାର ଲଲିଂ ଲାଇସେନ୍ସ, ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡି ଫିଟନେସ ଆଦି କାଗଜ ପତ୍ର ପ୍ରସ୍ତୁତି କରିବାକୁ ଆହୁରି ତିନି ମାସ ସମୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.