Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆଉ ନିସ୍ତାର ନାହିଁ – ମାର୍ଚ୍ଚ ୧ରୁ ପୁଣି କଡାକଡି ହେବ ନୁଆ ମୋଟର ଯାନ ଆଇନ୍

27/02/2020 at 8:54 PM

ଭୁବନେଶ୍ୱର ୨୭।୦୨-  ମାର୍ଚ୍ଚ ୧ରୁ ପୁଣି କଡାକଡି ହେବ ନୁଆ ମୋଟର ଯାନ ଆଇନ୍ । ଆଉ ବେଆଇନ ଗାଡି ଚାଳକଙ୍କୁ ନିସ୍ତାର ନାହିଁ । ଏଣିକି ଧରପଗଡ ପୂର୍ବପରି ଜାରି ରହିବ । ଉଭୟ ପରିବହନ ବିଭାଗ କର୍ମଚାରୀ ଏବଂ ପୋଲିସ ମିଶି ଯାଞ୍ଚ କରିବେ। ଗାଡି କାଗଜ ପତ୍ର ଏବଂ ଡିଏଲ କରିବା ପାଇଁ ୬ମାସର ମହଲତ ଦେଇଥିଲେ ସରକାର।

କଣ୍ଟ ପୁରିଲା। ଆଉ ନିସ୍ତାର ନାହିଁ। ଏଥର କଡାକଡି ହେବ ଯାଞ୍ଚ। ମାର୍ଚ୍ଚ ୧ ତାରିଖରୁ ପୁଣି ମୋଟର ଯାନ ଆଇନକୁ କାଡାକଡି କରି କଷିବେ ରାଜ୍ୟ ସରକାର । ନୂଆ ମୋଟେର ଯାନ ଆଇନ୍ ଲାଗୁ ହେବା ପରେ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା ।

ଫଳରେ ସରକାର ଏହି ଆଇନ ଲାଗୁକୁ କୋହଳ କରିଥିଲେ । ସାଧରଣ ଲୋକଙ୍କ ପ୍ରଥ​‌ମେ  ତିନି ମାସ ଓ ତାପରେ ଆଉ ତିନି ଏମିତି ୬ ମାସ କୋହଳ କରି ଲୋକଙ୍କ ଗାଡି କାଗଜ ପତ୍ର ଏବଂ ଡିଏଲ ଠିକ କରିବାକୁ ସମୟ ଦେଇଥିଲେ। ଏହି କଣ୍ଟ ପୂରିବାକୁ ମାତ୍ର ଦୁଇଦିନ ଅଛି। ତେବେ ଆଇନ୍ ଆଉ କୋହଳ କରାଯିବ ନାହିଁ ବୋଲି ସିଧା ଶୁଣାଇଦେଇଛନ୍ତି ପରିବହନ ମନ୍ତ୍ରୀ।  ଏହାଦ୍ବାରା ଦୁର୍ଘଟଣା ୫୦ ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।

ଏପ​‌ଟେ ମାତ୍ର ଆଉ ଦୁଇଦିନ ଥିବାରୁ ଯେଉଁମାନେ ଏଯାବତ ଡିଏଲ କିମ୍ଭା ଗାଡି କାଗଜ ପତ୍ର ଠିକ କରିନାହାନ୍ତି ସେମାନଙ୍କ ଭିତରେ ଛନକା ପିସିଲାଣି ।

୬ମାସ ଅଣ୍ଟିଲାନି ଆହୁରି ସମୟ ଦରକାର ।  ଏବେ ଯେମିତି କାନରେ ବାଜିଛି ପୁଣି ଆରଟିଓ ଅଫିସରେ ଭିଡ ବଢ଼ିଲାଣି । ଯେଉଁମାନେ ଡିଏଲ ଟେଷ୍ଟରେ ବିଫଳ ହୋଇଛନ୍ତି ସେମାନଙ୍କ ଟେନସନ ବି ଆହୁରି ଅଧିକା ।

ନୂଆ ମୋଟେର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଦୁର୍ଘଟଣା ଓ ତଦଜନତ୍ ମୁତ୍ୟୁ ସଂଖ୍ୟା କମିବାରେ ଲାଗିଛି।  

ତେଣୁ ୧ ତାରିଖରେ ନୂଆ ଆଇନକୁ କଡ଼ାକଡ଼ି ଲାଗୁ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର।

   Related Posts