Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଟ୍ରାଫିକ ନିୟମ ନମାନିବାରୁ !୧୫ ହଜାର ସ୍କୁଟି, ୨୩ ହଜାର ଜରିମାନା

3/09/2019 at 4:46 PM

ନୂଆଦିଲ୍ଲୀ – ସେପ୍ଟେମ୍ବର ଏକ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି ।ଏବେ ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିବା ବେଶ୍‌ ମହଙ୍ଗା ପଡିବ । ଏପରି ଏକ ଘଟଣା ନୂଆ ଦିଲ୍ଲୀରେ ଦେଖିବାକୁ ମିଳିଛି। ଜଣେ ଲୋକ ଚଳାଉଥିବା ସ୍କୁଟିର ମୂଲ୍ୟ ମାତ୍ର ୧୫ ହଜାର ଟଙ୍କା ହୋଇଥିବା ବେଳେ ଏବେ ତାଙ୍କୁ ୨୩ ହଜାର ଟଙ୍କା ଜରିମାନ ଦେବାକୁ ପଡିବ । ଦିଲ୍ଲୀର ଏହି ବ୍ୟକ୍ତିଜଣଙ୍କ ଗୁରୁଗାଁଓକୁ କୌଣସି ଏକ କାର୍ଯ୍ୟରେ ଯାଇଥିଲେ । ସେହି ବ୍ୟକ୍ତିଙ୍କର ଘର ଗୀତା କଲୋନୀ ଅଞ୍ଚଳରେ ।
ଗୁରୁଗାଁଓର କୋର୍ଟ ନିକଟରେ ଦିନେଶ ମଦାନ ନାମକ ବ୍ୟକ୍ତି ନିଜର ପୁରୁଣା ସ୍କୁଟିକୁ ଚଳାଇ ଆସୁଥିବା ବେଳେ ପୁଲିସ ତାଙ୍କୁ ଧରିଥିଲା । ହେଲ୍‌ମେଟ୍‌ ପିନ୍ଧି ନଥିବା ସହ ଗାଡିର ବୀମା ବା ଇନ୍ୟସୁରାନସ୍‌ ନଥିବା, କାଗଜପତ୍ର ଠିକ୍‌ ନଥିବା , ଡ୍ରାଇଭିଂ ଲାଇସେନ୍ସ ନଥିବା, ପ୍ରଦୁଷଣ କରୁଥିବା ଏପରି ବିଭିନ୍ନ କାରଣ ଯୋଗୁଁ ପୁଲିସ ଚାଲାଣ କାଟିଥିଲା ।
ସେ ଘରେ ସମସ୍ତ କାଗଜ ପତ୍ର ଅଛି ବୋଲି ପୁଲିସକୁ ଜଣାଇଥିବା କହିଛନ୍ତି । ଏହାପରେ ପୁଲିସ ୨୩ ହଜାର ଟଙ୍କାର ଚାଲାଣ କାଟିଥିଲା । ତାଙ୍କର ସ୍କୁଟିର ମୂଲ୍ୟ ୧୫ ହଜାର ଟଙ୍କାରୁ ଅଧିକ ହେବନାହିଁ ବୋଲି ସେ ଚାଲାଣ ଭରି ନଥିବା କଥା କହିଛନ୍ତି ।


କେଉଁଥି ପାଇଁ କେତେ ଜରିମାନା
ବିନା ଡ୍ରାଇଭିଂ ଲାଇସେନ୍ସ – ୫ ହଜାର ଟଙ୍କା

ବିନା ଆର୍‌ସି ବୁକ୍‌ – ୫ ହଜାର ଟଙ୍କା
ଇନସ୍ୟୁରେନସ୍‌ – ୨ ହଜ୩ର ଟଙ୍କା
ପ୍ରଦୁଷଣ – ୧୦ ହଜାର ଟଙ୍କା
ହେଲମେଟ୍‌ ନାହିଁ – ୧ ହଜାର ଟଙ୍କା

ସ୍କୁଟିର ଦାମ୍ ୧୫ ହଜାର ଟଙ୍କା ହେଉଥିବାରୁ ସେ ଚାଲଣ ଭରିବେ ନାହିଁ ବୋଲି କହିଛନ୍ତି ।

   Related Posts