Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଆଉ କୋହଳ ହେବନି ଟ୍ରାଫିକ ନିୟମ- ଆସନ୍ତା ଏକ ତାରିଖରୁ କଡା କଡି

26/11/2019 at 10:10 PM

ଭୁବନେଶ୍ୱର ୨୬।୧୧ – ଡିସେମ୍ବର ପହିଲାରୁ କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ଟ୍ରାଫିକ ନିୟମ କୋହଳ ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ । ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ପୂର୍ବରୁ ଟ୍ରାଫିକ ନିୟମକୁ ୩ ମାସ ପାଇଁ କୋହଳ କରାଯାଇଥିଲା। ତେବେ ଏହି କୋହଳ ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ ବୋଲି ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।

 ରାଜ୍ୟରେ ୧୫ ବର୍ଷ ପୁରୁଣା ଗାଡ଼ି ପଞ୍ଜିକରଣ ଜାରି ରହିବ। ନନ୍ ଟ୍ରାନ୍ସପୋର୍ଟ ଗାଡ଼ିର ପୁନଃ ପଞ୍ଜିକରଣ ଚାଲୁ ରହିବ। ଏସବୁ ଗାଡ଼ିର ଆରସି ସ୍ଥାନୀୟ ଆରଟିଓ ଅଫିସରେ ରିନ୍ୟୁ କରିହେବ। ଟ୍ରାନ୍ସପୋର୍ଟ ଗାଡ଼ି ଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ୍ ଥିବା ଯାଏଁ ପଞ୍ଜିକରଣ ବୈଧ ରହିବ । ୧୫ ବର୍ଷ ପୁରୁଣା ଗାଡ଼ି ଚଳାଚଳ ବନ୍ଦ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପଲିସି ଆସିନାହିଁ ।

   Related Posts