ସରିଆସୁଛି ଡେଡ ଲାଇନ : ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ଟ୍ରାଫିକ ନିୟମ

Published By : Prameya-News7 Bureau | November 27, 2019 IST

ଭୁବନେଶ୍ବର ୨୭/୧୧: ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ, ଆରଟିଓ ଅଫିସରେ ଗାଡ଼ି ଚାଳକଙ୍କ ଅସମ୍ଭାଳ ଭିଡ଼ । ପୂର୍ବରୁ ଯେଉଁ ପରିମାଣରୁ ଫାଇନ ଆଦାୟ ହେଉଥିଲା ଏବେ ବି ସେହି ପରିମାଣର ଫାଇନ ଆଦାୟ ହେବ । ଏହା ଜାଣି ଗାଡ଼ି ଚାଳକ ଏବେ ଛାନିଆ । ମୋଟା ଅଙ୍କର ଜରିମାନାରୁ ମୁକୁଳିବା ପାଇଁ ରାଜ୍ୟ ସରକାର ସଠିକ କାଗଜପତ୍ର କରି ନଥିବା ଗାଡ଼ି ଚାଳକ ଏବେ ଆରଟିଓ ଅଫିସରେ ଭିଡ଼ ଜମାଇଛନ୍ତି ।

{"id":190726,"sizeSlug":"large"}

ରାଜ୍ୟର ସମସ୍ତ ଆରଟିଓ ଅଫିସରେ ଏବେ ଗାଡ଼ି ଚାଳକଙ୍କ ଲମ୍ବା ଲାଇନ । ଆଉ ୩ଦିନ ପରେ ଟ୍ରାଫିକ ନିୟମକୁ ନେଇ ଗାଡ଼ି ଚାଳକଙ୍କୁ ମୋଟା ଅଙ୍କର ଫାଇନକୁ କୋହଳ ପାଇଁ ଦିଆଯାଇଥିବା ୩ମାସର କଣ୍ଟା ପୁରିବାକୁ ଯାଉଛି । ବହୁ ଲୋକ ଏଯାଏଁ କାଗଜପତ୍ର କରି ନାହାଁନ୍ତି । ତେଣୁ ଆରଟିଓରେ ଅଫିସରେ ପୁଣି ଗାଡ଼ି ଚାଳକଙ୍କ ଭିଡ଼ ଜମିଛି । ସଂଶୋଧିତ ନୂଆ ଟ୍ରାଫିକ ନିୟମ ଅନୁସାରେ ଆବଶ୍ୟକୀୟ ଗାଡ଼ି କାଗଜପତ୍ର ନଥିଲେ ଅମାନିଆ ଗାଡ଼ି ଚାଳକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ହେବ ।

{"id":190727,"sizeSlug":"large"}

ଗାଡ଼ି ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ସାର୍ଟିଫିକେଟ, ଦୁଇଚକିଆ ଗାଡ଼ିରେ ୨ଜଣ ବସିବେ,ସମସ୍ତ ୨ଚକିଆ ଯାନ ଆରୋହୀ ହେଲମେଟ, କାର ଚାଳକ ସିଟବେଲ୍ଟ ବାନ୍ଧିବା ଆବଶ୍ୟକ ରହିଛି । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହେଲେ ମଧ୍ୟ କାମ ହୋଇ ପାରୁ ନାହିଁ । କାଉଣ୍ଟର ଅଭାବରୁ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି । ତେଣୁ ଅଧିକ ଆକାଉଣ୍ଟ ଖୋଲିବାକୁ ଗାଡ଼ି ଚାଳକ ଦାବୀ କରୁଛନ୍ତି । ସେପଟେ ଟ୍ରାଫିକ ନିୟମ କୋହଳ ସମୟସୀମା ଆଉ ବୃଦ୍ଧି କରାଯିବ ନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ଏହା ସ୍ପଷ୍ଟ କରିସାରିଛନ୍ତି ।

{"id":190728,"width":589,"height":390,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.