Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଖୋର୍ଦ୍ଧା ସହରରେ ଟ୍ରାଫିକ୍ ସେବା ବିପର୍ଯ୍ୟସ୍ତ, କର୍ମଚାରୀ ଅଭାବ ଯୋଗୁଁ ମୁକୁଳା ପଡ଼ୁଛି ଟ୍ରାଫିକ୍ ପୋଷ୍ଟ

22/06/2019 at 3:59 PM

ଖୋର୍ଦ୍ଧା ୨୨|୬: ଖୋର୍ଦ୍ଧା ସହରରେ ଟ୍ରାଫିକ୍ ସେବା ବିପର୍ଯ୍ୟସ୍ତ । ଯାତାୟତ ବେଳେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଭିଯୋଗ କଲେ ଗାଲେଇଦେଲେ ନ୍ୟାୟରେ ସମସ୍ତେ । ଜବରଦଖଲ କାରଣରୁ ସମସ୍ୟା କେମିତି ଜଟିଳ ରୂପ ନେଲାଣି ଚାଲନ୍ତୁ ଜାଣିବା ।

ଟ୍ରାଫିକ ପୋଲିସ ତାଙ୍କ ସ୍ଥାନରେ ଛିଡ଼ା ହେଉଛନ୍ତି । ହେଲେ ଯିଏ ଯୁଆଡ଼ୁ ପାରୁଛି ପଶିଯାଉଛନ୍ତି । ଖୋର୍ଦ୍ଧା ସହରର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ଚିତ୍ର ଏଭଳି ଦେଖିବାକୁ ମିଳିଛି । ଉଠା ଦୋକାନୀଙ୍କ ପାଇଁ ଏ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।

ରାସ୍ତା ଅଧ ଯାଏଁ ପସରା ମେଲାଇ ବସୁଛନ୍ତି ବ୍ୟବସାୟୀ  । ଲୋକେ ବଜାର ସଉଦା କରି ଆସିଲା ବେଳକୁ ଯୋଉଠି ପାରିଲେ ସେଇଠି ଗାଡ଼ି, ସାଇକେଲ୍ ଥୋଇ ମୂଳଚାଲ, କିଣାବିକା କଲେ । ରାସ୍ତା ସଂକୀର୍ଣ୍ଣ ହେବା ଯୋଗୁଁ ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହେଉଛି । ପୁଣି ସେହି ରାସ୍ତାରେ ଦୁଇ ଚକିଆ, ଯାତ୍ରୀବାହୀ ବସ୍ ଏବଂ ଭାରୀ ଯାନ ସବୁ ଯାତାୟତ କରୁଛି । ଏମିତିକି ରାସ୍ତା ପାର୍ ହେବାକୁ ଲୋକେ ନାକେଦମ୍ ହେଉଛନ୍ତି ।

ସମସ୍ୟା ବେଳେ ବେଳେ ଏମିତି ଜଟିଳ ହେଉଛି ଯେ ଗାଡ଼ି ମଟରର ଲମ୍ବା ଲାଇନ୍ ଲାଗିଯାଉଛି ଅନେକ ସମୟ ଯାଏଁ ଏବଂ ଅନେକ ଦୂର ପର୍ଯ୍ୟନ୍ତ । ଟ୍ରାଫିକ ସମସ୍ୟା ଫଳରେ  ମୁକୁନ୍ଦପ୍ରସାଦ ଛକ ଠାରୁ ନୂଆ ବସଷ୍ଟାଣ୍ଡ ଓ ପୋଷ୍ଟ ଅଫିସ ଛକ ଠାରୁ ନୂଆ ମେଡିକାଲ ଛକ ପର୍ଯ୍ୟନ୍ତ ନାହିଁ ନଥିବା ସମସ୍ୟା ଉପୁଜୁଛି ।  ଟ୍ରାଫିକ ସମସ୍ୟା ନିୟନ୍ତ୍ରଣରେ ପୋଲିସ ବିଫଳ ହୋଇଥିବା ଖୋଦ୍ ଏସପି ସ୍ବୀକାର କରିଛନ୍ତି । ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀଙ୍କ ଅଭାବ ହେତୁ ଟ୍ରାଫିକ ପୋଷ୍ଟ ଫୁଙ୍ଗୁଳା ମୁକୁଳା ପଡ଼ୁଛି ବୋଲି କହିଛନ୍ତି ସେ ।

   Related Posts