ଏମିତି କରିଛନ୍ତି ଭୁଲ୍ ଜରିମାନା- ଏବେ ଫାଇନ୍ ପ୍ରକ୍ରିୟାକୁ ନେଇ ବାଉଳା ହେଉଛି ଟ୍ରାଫିକ୍ ଡିପାର୍ଟମେଣ୍ଟ ଆଉ ପୋଲିସ

Published By : Prameya-News7 Bureau | December 07, 2019 IST

ଭୁବନେଶ୍ବର ୦୭।୧୨- ନୂଆ ମୋଟରଯାନ ଆଇନ୍‌କୁ କଡ଼ାକଡ଼ି ଲାଗୁ କରିବା ଚକ୍କରରେ ଉଭୟ ପରିବହନ ବିଭାଗ ଓ ଟ୍ରାଫିକ୍‌ ଡିପାର୍ଟମେଣ୍ଟ ବାଉଳା ଖାଇଲେଣି । ପ୍ରଥମେ ସମୟ ସୀମାକୁ ନେଇ ପରିବହନ ବିଭାଗ ବାରମ୍ବାର କନ୍‌ଫ୍ୟୁଜ୍‌ ଥିବା ଦେଖିବାକୁ ମିଳିଥିଲା । ଆଉ ଏବେ ଫାଇନ୍‌ ପ୍ରକ୍ରିୟାକୁ ନେଇ ବାଉଳା ହେଉଛି ଟ୍ରାଫିକ୍‌ ଡିପାର୍ଟମେଣ୍ଟ ଆଉ ପୋଲିସ । କୋଉଠି ହାଇଓ୍ବା ଗାଡ଼ିକୁ ହେଲମେଟ୍‌ ଫାଇନ୍‌ କରୁଛି ତ ଆଉ କୋଉଠି ମୋପେଡ୍‌ ଗାଡ଼ି ଚାଳକଙ୍କୁ ଆସୁଛି ସିଟ୍‌ବେଲ୍ଟ ଫାଇନ୍‌ । ଅବଶ୍ୟ ମନ୍ତ୍ରୀ କହିଛନ୍ତି, ଯେ ଭୁଲ ଫାଇନ୍‌ ପାଇଁ ଟଙ୍କା ଫେରସ୍ତ କରିବେ ତଥାପି ପ୍ରକ୍ରିୟାରେ ସାମିଲ ଅଧିକାରୀଙ୍କ ତ୍ରୁଟି ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି । ….

{"id":195005,"sizeSlug":"large"}

 ଇ-ଚାଲାଣ ବ୍ୟବସ୍ଥାରେ ବାରମ୍ବାର ସାମ୍ନାକୁ ଆସୁଛି ତ୍ରୁଟି । ଫାଇନ୍‌ ଆଦାୟକୁ ନେଇ ବାଉଳା ହେଉଛନ୍ତି ଟ୍ରାଫିକ୍‌ ଡିପାର୍ଟମେଣ୍ଟ ଆଉ ପୋଲିସ । କୋଉଠି ହାଇଓ୍ବା ଗାଡ଼ି ଚାଳକଙ୍କୁ ହେଲମେଟ୍‌ ଫାଇନ୍‌ କରୁଛି ତ ଆଉ କୋଉଠି ମୋପେଡ୍‌ ଚାଳକଙ୍କୁ ପଠାଉଛି ସିଟ୍‌ ବେଲ୍ଟ ଫାଇନ୍‌ । ବରଗଡ଼ ପଦ୍ମପୁର ରାସ୍ତା ମହୁଲପାଲିଛକରେ ଗଲା ୨ ତାରିଖ ଦିନ ପଦ୍ମପୁର ପୋଲିସ ପକ୍ଷରୁ ଚେକିଂ କରାଯାଉଥିଲା । ଚେକିଂ ବେଳେ OD17F7527 ନମ୍ବର ଥିବା ଏକ ହାଇଓ୍ବାକୁ ଧରିଥିଲା ପୋଲିସ । ଆଉ ହାଇଓ୍ବା ଚାଳକଙ୍କ ଠାରୁ ସିଟ୍‌ ବେଲ୍ଟ ବାନ୍ଧି ନଥିବା ବାବଦକୁ ହଜାରେ ଟଙ୍କା ଏବଂ ହେଲମେଟ୍‌ ପିନ୍ଧିନଥିବା କାରଣରୁ ହଜାରେ ଟଙ୍କା ଏମିତି ୨ହଜାର ଟଙ୍କା ଫାଇନ୍‌ କରିଥିଲା ପୋଲିସ ।

{"id":195006,"sizeSlug":"large"}

ଇଏ ତ ଗଲା ବରଗଡ଼ କଥା ସେପଟେ ନବରଙ୍ଗପୁରରେ ଜଣେ ମୋପେଡ୍‌ ଚାଳକଙ୍କ ମୋବାଇଲ୍‌କୁ ଆସିଛି ଇ-ଚାଲାଣ । ଚାଳକ ଜଣକ ଗାଡ଼ି ଚଳାଇବା ବେଳେ ସିଟ୍‌ ବେଲ୍ଟ ବାନ୍ଧି ନଥିବାରୁ ହଜାରେ ଟଙ୍କା ଜରିମାନା ହୋଇଛି । ଏଭଳି ଫାଇନ୍‌ ମେସେଜ୍‌ ପାଇଥିବା ବ୍ୟକ୍ତି ଜଣକ ହେଲେ ପାପଡ଼ାହାଣ୍ଡି ବ୍ଲକ ବି-କଣ୍ଟାସ ଗାଁର ପୂରନ୍‌ ପୂଜାରୀ । ଆଉ ଗୋଟେ ଆଶ୍ଚର୍ଯ୍ୟର କଥା ହେଲୋ କଳାହାଣ୍ଡି ଆରଟିଓରୁ ଏହି ଇ-ଚାଲାଣ ମେସେଜ୍‌ ଆସିଥିଲା । ତେବେ ପୂରଣ କେବେ ତାଙ୍କ ମୋପେଡ୍‌ ଧରି କଳାହାଣ୍ଡି ଯାଇନାହାନ୍ତି ବୋଲି କହୁଛନ୍ତି । ଟ୍ରାଫିକ୍‌ ଡିପାର୍ଟମେଣ୍ଟର ଏଭଳି ଅଜବ୍‌ ଫାଇନ୍‌କୁ ନେଇ ସାଧାରଣ ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ।

{"id":195008,"sizeSlug":"large"}

ଗୋଟେ ପଟେ ଫାଇନ୍‌ ନଦେଲେ ଆରଟିଓ ରେକର୍ଡ଼ରେ ଜରିମାନା ଗଡ଼ିବ ଆଉ ମୋଟା ଅଙ୍କର ସୁଧ ଦେବାକୁ ପଡ଼ିବ ବୋଲି କୁହାଯାଇଛି । ଅନ୍ୟପଟେ ଲୋକଙ୍କୁ ଏଭଳି ତ୍ରୁଟିପୂର୍ଣ୍ଣ ଇ-ଚାଲାଣ ପଠାଉଛି ଟ୍ରାଫିକ୍‌ ବିଭାଗ । ମନ୍ତ୍ରୀ କହୁଛନ୍ତି ଭୁଲ ଫାଇନ୍‌ ହୋଇଥିଲେ ଟଙ୍କା ଫେରସ୍ତ ହେବ । ହେଲେ ଡିପାର୍ଟମେଣ୍ଟର ଭୁଲ୍‌ ପାଇଁ ଲୋକଙ୍କୁ ବାରମ୍ବାର ଆରଟିଓ ଅଫିସକୁ ଦଉଡ଼ିବାକୁ ପଡ଼ିବ ଆଉ ଏହା ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରିବ ସେକଥା ବୋଧହୁଏ କୌଣସି ଅଧିକାରୀ ଗୁରୁତ୍ବ ଦେଉନାହାନ୍ତି ।

{"id":195009,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.