ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତଙ୍କୁ ସମ୍ମାନୀତ କଲା କମିଶନରେଟ୍ ପୋଲିସ୍

Published By : Prameya-News7 Bureau | October 20, 2020 IST

କଟକ ୨୦/୧୦ : ରାସ୍ତାରେ ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ କନେଷ୍ଟବଳଙ୍କୁ ସମ୍ମାନୀତ କରିଛି ପୋଲିସ କମିଶନରେଟ୍ । ଜାତୀୟ ରାଜପଥରେ ପଡିଥିବା ଚିପସ ଯୋଗୁଁ ଦୁର୍ଘଟଣା ଘଟୁଥିଲା । ଏହା ଦେଖି ସେଠଆରେ ଡ୍ୟୁଟି କରୁଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନ ରାଉତ ପାଖ ଦୋକାନରୁ ଝାଡୁ ଆଣି ରାସ୍ତା ସଫା କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।

{"id":347942,"sizeSlug":"large"}


ଗତ ୧୭ ତାରିଖ ଅପରାହ୍ନ ୪ ଟା ବେଳର ଦୃଶ୍ୟ। ଜଣେ ଟ୍ରାଫିକ କନେଷ୍ଟବଳ ଶିଖରପୁର ଜାତୀୟ ରାଜପଥରେ ଝାଡୁ ଧରି ରାସ୍ତ ସଫା କରୁଥିଲେ ।ଏଥିପାଇଁ କଟକର ସେଇ ଝାଡୁ କରିଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନ ରାଉତଙ୍କୁ ପୋଲିସ କମିଶନର ପୁରଷ୍କୃତ କରିଛନ୍ତି। ଗତ ୧୭ ତାରିଖରେ ଲଳିତ ଶିଖରପୁର ଛକରେ ଡ୍ୟୁଟି କରୁଥେଲ। ଆଉ ଏହି ସମୟରେ ଜାତୀୟ ରାଜପଥରେ ପଡି ରହିଥିବା ଚିପ୍ସ ଦ୍ବାରା ଲୋକଙ୍କ ଗାଡି ଖସି ଦୁର୍ଘଟଣାର ଶୀକାର ହେଉଥିଲେ।

{"id":347943,"sizeSlug":"large"}

ଏହା ଦେଖି ଡ୍ୟୁଟି କରୁଥିବା ଲଳିତ ପାଖ ଦୋକାନରରୁ ଝାଡୁ ଆଣି ନିଜେ ରାସ୍ତା ସଫା କରିଥିଲେ।ତେବେ ଜଣେ ଟ୍ରାଫିକ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଜନ ସାଧାରଣ କିଭଳି ରାସ୍ତାରେ ଠିକ ରେ ଯିବା ଆସିବା କରିବେ ସେନେଇ ଝାଡୁ ଧରିବାକୁ ବି ପଛାଇ ନଥିଲେ କଟକ ଟ୍ରାଫିକ ପୋଲିସର ଏହି ଟ୍ରାଫିକ କନେଷ୍ଟବଳ। ଏହି ଘଟଣା ଟିକୁ ଫାଖରେ ଥିବା ଜଣଏ ବ୍ୟକ୍ତି ମୋବାଇଲରେ ରେକର୍ଡ କରିନେଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲଳିତଙ୍କ ନିକଟକୁ ଛୁଟି ଥିଲା ପ୍ରଶଂସାର ସୁଅ।

{"id":347946,"width":568,"height":256,"sizeSlug":"large"}

ଆଜି ଏହାକୁ ନେଇ ଲଳିତଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ପୁଲିସ କମିଶନର ସଂଧାଶୁ ଷଢଙ୍ଗୀ।ଭୂବନେଶ୍ବର ପୋଲିସ ସେବା ଭବନରେ ଏହି ସମ୍ମାନ ପ୍ରଦାନ କରାଯାଇଛି।ତେବେ ଏହି ଗୋଟିଏ ଘଟଣା ନୁହେଁ। ପୂର୍ବରୁ ଦୁଇ ଜଣ ଦୃଷ୍ଟିହିନ ବୁଢା ବୁଢି ରାସ୍ତା ପାର ହୋଇ ପାରୁ ନଥିବା ବେଳେ ଲଲିତ ତାଙ୍କ ହାତ ଧରି ବାଟ କଢେଇ ନେଇଥିଲେ ଆଉ ଯେଉଁଥି ପାଇଁ ସେତବେଳେ ମଧ୍ୟ ପ୍ରସଂସା ସାଉଁଟି ଥିଲେ କଟକର ଏହି ଟ୍ରାଫିକ କନେଷ୍ଟବଳ ଲିଳିତ ମୋହନ ରାଉତ।

{"id":347950,"sizeSlug":"large"}


ଟ୍ରାଫିକ କନେଷ୍ଟବଳ ଲାଞ୍ଚ ନେବା ଅଭିଯୋଗରେ ବିଭିନ୍ନ ସମୟରେ ସମାଲୋଚନାର ଶୀକାର ହେଉଥିବା ବେଳେ ଏ ଛବି କିନ୍ତୁ ପୁରା ପୋଲିସ ଡିପାର୍ଟମେଣ୍ଟ ପାଇଁ ଗର୍ବ ଆଣିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.