ବିଏମ୍‌ସି ଗାଡିକୁ ବି ଛାଡିଲାନି ଟ୍ରାଫିକ୍, ପରମିଟ୍ ନଥାଇ ଡାଲାରେ ଲୋକ ବସାଇଥିବାରୁ ୧୫ହଜାର ଫାଇନ୍

Published By : Prameya-News7 Bureau | September 05, 2019 IST

ଭୁବନେଶ୍ବର ୫।୯: ବିଏମସି ଗାଡିକୁ ୧୫ ହଜାର ଫାଇନ୍‌ । ବିଏମସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗାଡିକୁ ୧୫ ହଜାର ଟଙ୍କା ଫାଇନ୍‌ କରିଛି । ନାଲ୍‌କୋ ଛକରେ ଫାଇନ୍‌ କରିଛନ୍ତି ଟ୍ରାଫିକ୍ ପୋଲିସ । ପରମିଟ୍ ନଥିବାରୁ ୧୦ ହଜାର ଟଙ୍କା ଫାଇନ୍‌ କରାଯାଇଛି । ଗାଡିଟି ଡାଲାରେ ଲୋକ ବସାଇ ନେଇଥିବାରୁ ୫ ହଜାର ଟଙ୍କା ଫାଇନ୍‌ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ଏହି ଆଇନ ରାଜଧାନୀ ଭୁବନେଶ୍ବରରେ ମଧ୍ୟ କଡାକଡି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.