Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଧାୟକଙ୍କୁ ବି ଛାଡିଲେନି : ବେଆଇନ ଭାବେ ଗାଡି ପାର୍କିଂ କରି ୫୦୦ଶହ ଟଙ୍କା ଫାଇନ୍ ଦେଲେ ବିଧାୟକ ଅନନ୍ତ ନାରାୟଣ ଜେନା

8/09/2019 at 1:42 PM

ଭୁବନେଶ୍ବର ୮।୯: ଟ୍ରାଫିକ୍ ନିୟମ ଉଲଂଘନ କରି ୫୦୦ ଟଙ୍କା ଜରିମନା ଦେଇଛନ୍ତି ବିଧାୟକ। ଭୁବନେଶ୍ବର ଏଜି ଛକରେ ବେଆଇନ ଭାବେ ଗାଡି ପାର୍କିଂ କରି ମଧ୍ୟ-ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ଫାଇନ୍ ଦେଇଛନ୍ତି । ବିଧାୟକ ୫୦୦ ଟଙ୍କା ଜରିମନା ଦେଇଛନ୍ତି।

ଗତକାଲି ରାଜମହଲ ଛକରେ ତୁମୁଳକାଣ୍ଡ ହେବା ପରେ ଆଜି ଏଜି ଛକରେ ଟ୍ରାଫିକ୍ ପୋଲିସଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା । ଏଜି ଛକରେ ବିଧାୟକଙ୍କ ଗାଡି ବେଆଇନ ଭାବେ ପାର୍କିଂ କରାଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ ଟ୍ରାଫିକ୍ ପୋଲିସ ତାଙ୍କଠାରୁ ଫାଇନ୍ ଆଦାୟ କରିଛନ୍ତି । ଡିସିପି ଅନୁପ ସାହୁ ବିଧାୟକ ଅନନ୍ତ ଜେନାଙ୍କଠାରୁ ଫାଇନ୍ ଆଦାୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ଏହି ଆଇନ ସାରା ଦେଶରେ କଡାକଡି କରାଯାଇଥିବା ବେଳେ ଓଡିଶାରେ ମଧ୍ୟ ଏହି ଆଇନକୁ କଡାକଡି ପାଳନ କରାଯାଉଛି ।

   Related Posts