Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଖଣ୍ଡ ଯୁଦ୍ଧ ପରେ ସଚେତନ ପାଇଁ ଚକୋଲେଟ୍ ବାଣ୍ଟିଲା ପୋଲିସ, ସେପଟେ ଦେଶର ସବୁଠୁ ଅଧିକ ଫାଇନ୍ ସମ୍ବଲପୁରରେ

8/09/2019 at 5:57 PM

ଭୁବନେଶ୍ବର ୮।୯: ନୂଆ ଟ୍ରାଫିକ ନିୟମ ଅନୁସାରେ ଦେଶରେ ସବୁଠୁ ଅଧିକ ଫାଇନ, ୮୬ ହଜାର ୫୦୦ ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ପୋଲିସ ।ସେହିପରି ରାୟଗଡ଼ାରେ ୭୨ ହଜାର ୩୮୦ ଟଙ୍କାର ଫାଇନ ଦେଇଛନ୍ତି ଜଣେ ଟ୍ରକ ଡ୍ରାଇଭର । ଗତକାଲି ରାଜ୍ୟରେ ୩୮ ଜଣ ମଦ୍ୟପଙ୍କୁ ଗିରଫ କରାଯାଇଥିବା ବେଳେ ବେଆଇନ ଭାବେ ପାର୍କିଂ କରି ୫୦୦ ଟଙ୍କାର ଫାଇନ ଗଣିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନା । ସେପଟେ ଗତକାଲି ରାଜମହଲ ଛକରେ ଖଣ୍ଡପ୍ରଳୟ ପରେ ଆଜି ୟୁଟର୍ଣ୍ଣ ମାରିଛି  ଟ୍ରାଫିକ ପୋଲିସ। ଲୋକଙ୍କୁ ସଚେତନ କରିବା ପାଇଁ ଚକୋଲେଟ ଓ ଥ୍ୟାଙ୍କ ୟୁ କାର୍ଡ ବାଣ୍ଟିଛି।

ଖଣ୍ଡ ପ୍ରଳୟ ପରେ ବଦଳିଲା ପୋଲିସର ମନ ।ଗତକାଲି ରାଜମହଲ ଛକରେ ପୋଲିସ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ପରେ ଆଜି ୟୁଟର୍ଣ୍ଣ ମାରିଛି ଟ୍ରାଫିକ ପୋଲିସ। ଗାଡି ଚାଳକଙ୍କୁ ସଚେତନ କରିବା ପାଇଁ, ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବାକୁ ଅନୁରୋଧ କରି ଆଜି ଚକୋଲେଟ୍ ବାଣ୍ଟିଛି । ନୀତି ନିୟମ ମାନି ଗାଡି ଚଳାଉଥିବା ଲୋକଙ୍କୁ ଏଜି ଛକରେ ଥ୍ୟାଙ୍କ ୟୁ କାର୍ଡ ବାଣ୍ଟିଛନ୍ତି ନିଜେ ଟ୍ରାଫିକ ଡିସିପି। ପିପିଲି ଟୋଲଗେଟରେ ମଧ୍ୟ ପୋଲିସ ଲୋକଙ୍କୁ ଲିଫଲେଟ ବାଣ୍ଟି ସଚେତନ କରିଛି। ବାଇକ ଆରୋହୀଙ୍କୁ ହେଲମେଟ ପିନ୍ଧିବାକୁ ଏବଂ କାର୍ ଆରୋହୀଙ୍କୁ ସିଟବେଲ୍ଟ ବାନ୍ଧିବା ପାଇଁ ପରାମର୍ଶ ଦେଇଛି।

ସେହିପରି ନୂଆ ମୋଟର ଯାନ ନିୟମକୁ କିଛି ଦିନ ପାଇଁ କୋହଳ କରାଯାଇଛି। କିନ୍ତୁ ବିନା ହେଲମେଟରେ ଗାଡ଼ି ଚଳାଇବା, ରଙ୍ଗ୍ ସାଇଟରେ ଯିବା, ଦୁଇ ଚକିଆ ଯାନରେ ତିନି ଜଣ ବସିବା, କାରରେ ସିଟ୍ ବେଲ୍ଟ ନ ବାନ୍ଧିବା, ମଦ ପିଇ ଗାଡି ଚଳାଇବା ନେଇ କଟକଣା ବଳବତ୍ତର  ରହିଛି। ପ୍ରଦୂଷଣ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସକୁ କିଛି ଦିନ ପାଇଁ କୋହଳ କରାଯାଇଛି। ସେପେଟ ମଦ୍ୟପ ଡ୍ରାଇଭରଙ୍କୁ ଧରିବା ପାଇଁ ବିଭିନ୍ନ ଟୋଲଗେଟରେ ଜୋରଦାର ହୋଇଛି ଚେକିଂ । ଗତକାଲି ରାଜ୍ୟର ବିଭିନ୍ନ ଟୋଲ ଗେଟରେ ୩୮ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ‌

ସେପଟେ ସମ୍ବଲପୁରରେ ଜଣେ ଟ୍ରକ ଡ୍ରାଇଭରଙ୍କଠାରୁ ଦେଶର ସର୍ବାଧିକ ୮୬ ହଜାର ୫୦୦ ଟଙ୍କାର ଜୋରିମାନା ଚାଲାଣ କଟାଯାଇଥିବା ବେଳେ ଯାଞ୍ଚ ଅଧିକାରୀ ଓ ଟ୍ରକମାଲିକଙ୍କ ମଧ୍ୟରେ କଥାବାର୍ତ୍ତା ପରେ ୭୦ ହଜାର ଫାଇନ ଆଦାୟ କରାଯାଇଛି । ଗୁରୁବାର ରାତି ୨ଟାରେ ନାଗାଲାଣ୍ଡରୁ ଛତିଶଗଡ଼ ଯାଉଥିବା ଏହି ଟ୍ରକକୁ ସମ୍ବଲପୁର-ଦେବଗଡ ଜାତୀୟ ରାଜପଥରେ ଅଟକା ଯାଇଥିଲା। ଅନଧିକୃତ ବ୍ୟକ୍ତିଙ୍କ ଦ୍ବାରା ଗାଡି ଚାଳନା ପାଇଁ ୫୦୦୦, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫୦୦୦, ଓଭର ଲୋଡିଂ ପାଇଁ  ୫୬,୦୦୦, ଆକାରଠାରୁ ଅଧିକ ସ୍ଥାନରେ ମାଲ୍‌ ବୋଝେଇ ପାଇଁ ୨୦,୦୦୦, ସାଧାରଣ ଅପରାଧ ପାଇଁ ୫୦୦ ଟଙ୍କାର ଚାଲାଣ କଟାଯାଇଥିଲା । ସେପଟେ ରାୟଗଡ଼ା ସହରରେ ଗୋଟିଏ ଟ୍ରକଠାରୁ ସର୍ବାଧିକ ୭୨,୩୮୦ ଟଙ୍କାର ଫାଇନ ଆଦାୟ କରାଯାଇଛି ।

ସେପଟେ ସଡ଼କ ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରିବାକୁ ଆସି ଫାଇନ ଗଣିଛନ୍ତି ଭୁବନେଶ୍ବରର ପୂର୍ବତନ ମେୟର ତଥା ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା।  ଏଜି ଛକରେ ବେଆଇନ ଭାବେ ପାର୍କିଂ କରିଥିବାରୁ ତାଙ୍କଠାରୁ ୫୦୦ ଟଙ୍କାର ଜୋରିମାନା ଆଦାୟ କରାଯାଇଛି ।

ଗାଡି ଚାଳକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଟୋଲ ଫ୍ରି ନମ୍ବର ୧୮୦୦୩୪୫୧୦୭୩ ଜାରି କରିଛି ପରିବହନ ବିଭାଗ। ଏହାସହ ଆଗାମୀ ମାସେ ଭିତରେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ ରଖିବାକୁ ପରାମର୍ଶ  ଦିଆଯାଇଛି।

   Related Posts