ରାଜଧାନୀରେ ଲାଗିଲା ପ୍ରଥମ ଟ୍ରାଫିକ ଜନ ସଚେତନତା ବୋର୍ଡ

Published By : Prameya-News7 Bureau | August 26, 2019 IST

ଭୁବନେଶ୍ବର ୨୬/୮: ରାଜଧାନୀରେ ଲାଗିଲା ପ୍ରଥମ ଟ୍ରାଫିକ ଜନ ସଚେତନତା ବୋର୍ଡ ।ଏହି ଇଲେକଟ୍ରୋନିକ୍ ବୋର୍ଡରେ ଆଠ ଗୋଟି ସଚେତନତା ବାର୍ତ୍ତା ଦିଆଯାଇଛି ।କଟକ ଭୁବନେଶ୍ବର ଟ୍ରାଫିକ ରେ ସୁଧାର ଆଣିବାକୁ ରାଜ୍ୟ ସରକାର ଆଇପିଏସ ସାଗରିକା ଧିରଙ୍କୁ ନୁତନ ଭାବେ ଡିସିପି ଦାୟିତ୍ବରେ ଅବସ୍ଥାପିତ କରିଛନ୍ତି ।ଶନିବାର ଟ୍ରାଫିକ ଦାୟିତ୍ବ ଗ୍ରହଣ କରିବା ପରେ ସାଗରିକା ନିଜ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଏହାପରେ ବିଡିଏ,  ବିଏମସି , ଜିଏ ବିଭାଗ ସହିତ ଆଲୋଚନା କରି ପାର୍କିଂ ସମସ୍ୟାର ସମାଧାନ ପାଇଁ  ବାଟ ବାହାର କରିବେ। ସାଧାରଣ ଲୋକେ ଘରୁ ବାହାରିଲେ ହେଲମେଟ ଓ ଶିଟବେଲ୍ଟ ବାନ୍ଧିବା ଉପରେ କିଭଳି ନଜର ଦେବେ ସେଥିପାଇଁ ଟ୍ରାଫିକ ପୋଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ମଦ ପିଇ କିମ୍ବା ମୋବାଇଲ ଫୋନରେ କଥା ହୋଇ ଗାଡି ଚଳାଇ ଧରା ପଡିଲେ ଏଥର ହଜାରେ ଫାଇନ ଗଣିବାକୁ ପଡିବ । ଆଉ ବାରମ୍ବାର ଭୁଲ କଲେ ଲାଇସେନ୍ସ ବାତିଲ ସହିତ ଝାରପଡା ଜେଲ ଯିବା ଥୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.