Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ସଡକ ସୁରକ୍ଷା ପାଇଁ ନିର୍ମାଣ ହେଲା ସିନେମା –ଟ୍ରାଫିକ୍ ଜାମ୍

6/11/2019 at 5:53 PM

ସୁବର୍ଣ୍ଣପୁର ୦୬।୧୧-   ଦିନକୁ ଦିନ ବଢି ଚାଲିଛି ଗାଡି ସଂଖ୍ୟା । ତା ସାଙ୍ଗକୁ ବଢୁଛି ଦୁର୍ଘଟଣା । ସଡକ ସୁରକ୍ଷାକୁ ନେଇ ସଚେତନତାର ଅଭାବ ଯେ।ଗୁଁ ପ୍ରତିଦିନ କେହି ନା କେହି ମରଣମୁହଁରେ ପଡୁଛନ୍ତି । ତେଣୁ ସଡକ ସୁରକ୍ଷା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଟପ୍ପର ପ୍ରଡକ୍ସନ ଭେଟି ଦେବାକୁ ଯାଉଛି ଫିଲ୍ମ ଟ୍ରାଫିକ୍ ଜାମ୍ । ନିକଟରେ ସୁବର୍ଣ୍ଣପୁରରେ ଏହାର ସୁଟିଂ ସରିଥିବା ବେଳେ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ ସିନେମା ।

ଚାଲିଛି ଗାଡି ଯାଞ୍ଚ । ଗୋଟିଏ ପରେ ଗୋଟିଏ ଗାଡି ଅଟକାଇ ଯାଞ୍ଚ କରୁଛି ପୋଲିସ । ଗାଡି ଚାଳକ ହେଲମେଟ୍ ପିନ୍ଧିଛନ୍ତି କି ନାହିଁ, ଇନ୍ସ୍ୟୁରାନ୍ସ, ଫିଟନେସ ଅଛି କି ନାହିଁ, ସବୁ କିଛି ଯାଞ୍ଚ କରୁଛି ପେ।ଲିସ । ଯାଞ୍ଚ ବେଳେ ମଦ୍ୟପ ଚାଳକକୁ ମଧ୍ୟ ସାମନା କରୁଛି ପୋଲିସ । ହେଲେ ଏ ଅସଲି ଗାଡି ଚେକିଂର ନୁହେଁ । ସଡକ ସୁରକ୍ଷାକୁ ନେଇ ତିଆରି ହେ।ଇଛି ସିନେମା ଟ୍ରାଫିକ୍ ଜାମ୍ । ଟପ୍ପର ପ୍ରଡକ୍ସନ ନିବେଦିତ ଫିଲ୍ମଟି ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ । ଫିଲ୍ମ ମାଧ୍ୟମରେ ଟ୍ରାଫିକ୍ ନେଇ ସଚେତନତା କରିବାକୁ ଭରପୁର ପ୍ରୟାସ କରିଛି ନିର୍ମାଣ ସଂସ୍ଥା ।

ନିକଟରେ ଫିଲ୍ମର ସୁଟିଂ ଶେଷ ହେ।ଇଛି । ସ୍ଥାନୀୟ କଳାକରାଙ୍କୁ ନେଇ ସୋନପୁର ଏବଂ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁଟିଂ କରାଯାଇଥିଲା । କେବଳ ସଡକ ସୁରକ୍ଷା ନୁହେଁ ଗାଁ ଗହଳିରେ ଗରିବ ଗୁରୁବା କିଭଳି ଧନି ଶ୍ରେଣୀର ଲୋକଙ୍କ ପାଖରେ ଶୋଷଣର ଶିକାର ହେଉଛନ୍ତି ତାର କିଛି ଝଲକ ମଧ୍ୟ ଦେଖିବାକୁ ମିଳିବ । ତେବେ ଟ୍ରାଫିକ ସଚେତନତାକୁ ନେଇ ନିର୍ମିତ ସିନେମାଟି ଦର୍ଶକଙ୍କ ପାଖରେ ବେଶ୍ ଆଦୃତ ହେବ ବେ।ଲି ଆଶା ରଖିଛନ୍ତି ନିର୍ଦଶକ ।

ସଡକ ସୁରକ୍ଷା ଜୀବନ ରକ୍ଷା । ସିନେମା ମାଧ୍ୟମରେ ଲେ।କଙ୍କୁ ସଚେତନ ବାର୍ତ୍ତା ଦିଆଯାଇଛି । ବାସ୍ତବରେ ଲେ।କେ ମାନିଲେ ହେଲା ।

   Related Posts