Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରାଫିକ ଚାଲାଣ ଫଟୋରେ ପୁଅ ସହ ପ୍ରେମିକାକୁ ଦେଖିଲେ ଘରଲୋକ : ତା’ପରେ କ’ଣ କଲେ ଜାଣନ୍ତୁ

30/04/2019 at 6:43 PM

ଅହମଦାବାଦ ୩୦/୪ : ଟ୍ରାଫିକ ଚାଲାଣ ମଣିଷକୁ ବଡ କଷ୍ଟ ଦେଇଥାଏ | ଆଉ ଯଦି ଟ୍ରାଫିକ ଚାଲାଣ ଘରକୁ ପଠାଯାଇଥାଏ ତାହେଲେ ସେ ଆହୁରି ଚିନ୍ତାଜନକ ଏବଂ କଷ୍ଟଦାୟକ | କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବା | ଘରକୁ ଟ୍ରାଫିକ ଚାଲାଣ ପଠାଯିବା ପରେ ଘରେ ଖୁସିର ଲହରୀ ଖେଳି ଯାଇଥିଲା |


ଘଟଣା ଗୁଜରାଟ ଅହମଦାବାଦ ସହରର | ଏଠାରେ ଟ୍ରାଫିକ ପୋଲିସର ଇ-ଚାଲାଣ ଏକ ପ୍ରେମୀ ଯୁଗଳଙ୍କୁ ଏକ କରିଦେଇଥିଲା | ପ୍ରେମୀ ଯୁଗଳଙ୍କ ପ୍ରେମ ସମ୍ପର୍କର ଅନ୍ତ ଘଟିଥିଲା | ଇ-ଚାଲାଣ ଯୋଗୁଁ ପ୍ରେମୀ ଯୁଗଳ ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ | ଟ୍ରାଫିକ ନିୟମ ଉଲଂଘନ କରିଥିବା ଯୋଗୁଁ ଶନିବାର ଦିନ ବତ୍ସଲ ପାରେଖ ନାମକ ଯୁବକଙ୍କ ଘରକୁ ଟ୍ରାଫିକ ପୋଲିସ ଚାଲାଣ ପଠାଇଥିଲେ | ଏହି ଚାଲାଣରେ ଯୁବକଙ୍କ ଫଟୋ ଥିଲା | ଏହି ଫଟୋରେ ଯୁବକଙ୍କ ସହ ବାଇକରେ ତାଙ୍କ ପ୍ରେମିକା ମଧ୍ୟ ବସିଥିଲେ |


ବତ୍ସଲଙ୍କ ପରିଜନଙ୍କୁ ଯେତେବେଳେ ଏହି ଚାଲାଣ ମିଳିଥିଲା ସେ ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଯୁବତୀ ସମ୍ପର୍କରେ ଘରଲୋକେ ବତ୍ସଲଙ୍କୁ ପଚାରିବାରୁ ସେ କହିଥିଲେ ସେ ଉଭୟ ପରସ୍ପରକୁ ଭଲପାଆନ୍ତି ଏବଂ ବିବାହ କରିବାକୁ ଚାହାନ୍ତି | ବତ୍ସଲଙ୍କ କଥା ଶୁଣି ତାଙ୍କ ବାପା ମା ଯୁବତୀଙ୍କ ପରିବାରଲୋକଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ | ଉଭୟ ପରିବାର ବତ୍ସଲ ଓ ତାଙ୍କ ପ୍ରେମିକାଙ୍କ ବିବାହ ପାଇଁ ରାଜି ହୋଇଥିଲେ | ଉଭୟ ପରିବାରର ସହମତିରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ ହେଲା |


ଘଟଣାର ସବୁଠୁ ରୋଚକ କଥା ହେଲା, ବିବାହ ତାରିଖ ଘୋଷଣା ପରେ ବତ୍ସଲ ଚାଲାଣ ପାଇଁ ଅହମଦାବାଦ ପୋଲିସକୁ ଟ୍ୱିଟର ଜରିଆରେ ଧନ୍ୟବାଦ ଜଣାଇଥିଲେ | ଅହମଦାବାଦ ପୋଲିସକୁ ଟ୍ୟାଗ କରି ବତ୍ସଲ ଲେଖିଥିଲେ ଯେ, ତାଙ୍କୁ ଡାକ ଜ୍ୱରଟାରେ ପୋଲିସର ମେମୋ ମିଳିଥିଲା | ମେମୋରେ ସହ ଆସିଥିବା ଫଟୋରେ ତାଙ୍କ ସହ ତାଙ୍କ ପ୍ରେମିକା ମଧ୍ୟ ଥିଲେ | ମେମୋ ଯୋଗୁଁ ତାଙ୍କ ବାପା ମା ପ୍ରେମିକା ସମ୍ପର୍କରେ ଜାଣି ତାଙ୍କ ବିବାହ ଠିକ କରିଦେଲେ |

   Related Posts