Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଚାନକ ପୋଲରୁ ଗାୟବ ହୋଇଯାଉଛି ଗାଡି : ଭିଡିଓ ଭାଇରାଲ

2/07/2019 at 7:36 PM

ଅପ୍ଟିକାଲ ଇଲ୍ୟୁଜନ ଅର୍ଥାତ ଦୃଷ୍ଟିଭ୍ରମ, ଏହିଭଳି କିଛି କିଛି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଦେଖଣାହାରୀ ଏହାକୁ ସତ ବୋଲି ମଧ୍ୟ ବିଶ୍ୱାସ କରିଥାନ୍ତି । ଏହା ପ୍ରକୃତରେ କଣ ? ଏହିଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏକ ପୋଲ ଉପରେ ଚାଲୁଥିବା ଗାଡିଗୁଡିକ ଅଚାନକ ରାସ୍ତା ବଦଳାଇ ନଦୀ ଆଡକୁ ମୋଡ଼ୁଥିବା ଦେଖିବାକୁ ମିଳିଛି । କିନ୍ତୁ ନଦୀ ଆଡକୁ ମୋଡିବାବେଳେ ଗାଡିଗୁଡିକ ଅଚାନକ ଗାୟବ ହୋଇଯାଉଛି । ଡେନିଅଲ ନାମକ ଜଣେ ୟୁଜର ଦ୍ୱାରା ମାଇକ୍ରୋ ବ୍ଲଗିଙ୍ଗ୍ ୱେବସାଇଟ ଟ୍ୱିଟରରେ ଅପଲୋଡ଼ କରାଯାଇଥିବା ଏହି ଭିଡିଓରେ ଟ୍ରାଫିକ ଅଚାନକ ପୋଲ ଉପରେ ଗାୟବ ହୋଇଯାଉଛି ।

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬୫ ହଜାର ଥର ଦେଖାସାରିଲାଣି । ଭିଡିଓକୁ ଦେଖି ଲୋକଙ୍କ ମୁଣ୍ଡ ଚକ୍କର ଖାଉଛି । ଭିଡିଓ ଦେଖି ଲୋକେ ଚିନ୍ତାରେ ପଡିଯାଉଛନ୍ତି ଏହା କିଭଳି ସମ୍ଭବ ।

କିଛି ଲୋକ ଏହି ଭିଡିଓକୁ ପୋଲର ରହସ୍ୟ ଜାଣି ସାରିଛନ୍ତି । ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ଭିଡିଓରେ ଯେଉଁ ପୋଲ ଦେଖିବାକୁ ମିଳୁଛି ତାହା ସତରେ ଏକ ପୋଲ ନୁହେଁ । ଏହା ଏକ ସାଧାରଣ ରାସ୍ତା । ପୋଲ ଆରପଟେ ଯେଉଁ ନଦୀ ଦେଖାଯାଉଛି ତାହା ନଦୀ ନୁହଁ ବରଂ ଏକ ପାର୍କିଙ୍ଗ ଲଟର ଛାତ । ଏହି ପାର୍କିଙ୍ଗ ଲଟରେ କାର ଏବଂ ବାଇକ ପଶିଲା ପରେ ଛାତ ଥିବା ଯୋଗୁଁ ତାହା ଆଉ ଦେଖାଯାଉନାହିଁ ।

   Related Posts