ହେଲମେଟ୍ ଚେକିଂ ବେଳେ ମହିଳାଙ୍କ ଆକ୍ରମଣର ଶିକାର ହୋଇଥିଲେ ଟ୍ରାଫିକ୍ ପୋଲିସ, ପୁରସ୍କୃତ କଲେ ବରିଷ୍ଠ ଅଧିକାରୀ

Published By : Prameya-News7 Bureau | October 29, 2020 IST

ମୁମ୍ବାଇ, ୨୯।୧୦:  ନିସ୍ୱାର୍ଥପର ଭାବେ ସେବା ମନୋବୃତ୍ତି ଦେଖାଇ ପୁରସ୍କୃତ ହେଲେ ଟ୍ରାଫିକ୍ ପୋଲିସ । ଟ୍ରାଫିକ୍ ଚେକିଂ ବେଳେ ଜଣେ ମହିଳା ବାଇକ ଆରୋହୀଙ୍କ ଆକ୍ରମଣର ଶିକାର ହୋଇଥିବା ଜଣେ ପୋଲିସ କର୍ମୀଙ୍କୁ ପୁରସ୍କୃତ କରାଯାଇଛି । ବରିଷ୍ଠ ଅଧିକାରୀମାନେ ପୋଲିସକର୍ମୀଙ୍କୁ ପୁରସ୍କୃତ କରିଛନ୍ତି ।

ସୂଚନାନୁସାରେ, ଅକ୍ଟୋବର ୨୩ରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଟ୍ରାଫିକ ପୋଲିସ କନାଥ ପରଟେ କାଲବାଦେବୀ ଅଞ୍ଚଳରେ ଜଣେ ମହିଳା ବାଇକ ଆରୋହୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ମହିଳାଜଣଙ୍କ ହେଲେମେଟ୍ ନପିନ୍ଧି ଧରା ପଡିବା ପରେ ଏପରି କାଣ୍ଡ ଘଟାଇଥିଲେ ।

ଭିଡିଓ ଭାଇରାଲ ହେବା ପରେ ଅନେକ ବ୍ୟକ୍ତି ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ପରେ ପୋଲିସ ମହିଳାଙ୍କୁ ଗିରଫ କରିଥିଲା । ସବୁଠାରୁ ବଡ କଥା ହେଉଛି ଯେ, ଟ୍ରାଫିକ ପୋଲିସଜଣଙ୍କ ବିଲକୁଲ୍ ଉତ୍ତେଜିତ ହୋଇନଥିଲେ । ଧର୍ଯ୍ୟର ସହ ମହିଳାଙ୍କ ସାମ୍ନା କରିଥିଲେ ।

ଏକନାଥଙ୍କ ଏହି ସାହସିକତା ପାଇଁ ଟ୍ରାଫିକ ଏସିପି ଲାଲା ଦୋଣ୍ଡେ ତାଙ୍କୁ ପୁରସ୍କୃତ କରିଛନ୍ତି । ଏନେଇ ମହାରାଷ୍ଟ୍ର ପୋଲିସ ପକ୍ଷରୁ ଟ୍ୱିଟରରେ ଭିଡିଓ ମଧ୍ୟ ସେୟାର କରାଯାଇଛି । ଯେଉଁ ସ୍ଥାନରେ ମହିଳାଜଣଙ୍କ ଏକନାଥଙ୍କୁ ଆକ୍ରମଣ କରିଥିଲେ ସେଠାରେ ହିଁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.