ଡ୍ୟୁଟି କଲେ ; ରାସ୍ତାରେ ପଡିଯାଇଥିବା ପରିବା ବେପାରୀଙ୍କ ପସରାକୁ ଉଠାଇ କ୍ଷତିରୁ ବଞ୍ଚାଇଦେଲେ, ଏୟାରପୋର୍ଟ ଛକର ଏହି ଭିଡିଓ ଦେଖିଲେ ନିଶ୍ଚୟ ପ୍ରଶଂସା କରିବେ…

Published By : Prameya-News7 Bureau | November 16, 2020 IST

ଭୁବନେଶ୍ୱର ୧୬।୧୧: ରାଜଧାନୀରେ ପୁଣି ୨ଜଣ ଟ୍ରାଫିକ୍‌ କନେଷ୍ଟବଲଙ୍କ ସହୃଦୟତା ବେଶ୍‌ ଆଲୋଚନାର ବିଷୟ ହୋଇଛି । ଟ୍ରାଫିକ ନିୟନ୍ତ୍ରଣ ଡ୍ୟୁଟି ସମୟରେ ଜଣେ କ୍ଷୁଦ୍ର ପରିବା ବେପାରୀଙ୍କୁ କ୍ଷତିରୁ ବଞ୍ଚାଇ ପ୍ରଶଂସାର ପାତ୍ର ହୋଇଛନ୍ତି । ହଠାତ୍‌ ରାସ୍ତାରେ ବୋଝ ସହ ପଡିଯାଇଥିଲେ ବ୍ୟବସାୟୀଜଣଙ୍କ , ରାସ୍ତା ସାରା ବିଛାଡି ହୋଇପଡିଥିବା ତାଙ୍କ ବିଲାତି ପସରା । କିନ୍ତୁ ସେସବୁକୁ କ୍ଷତିରୁ ରକ୍ଷା କରିବାରେ ୨ଟ୍ରାଫିକ୍‌ କନେଷ୍ଟବଳଙ୍କ ସହାୟତା ହିଁ ସେମାନଙ୍କୁ ପ୍ରଶଂସାର ଶ୍ରେୟ ଦେଇଛି ।

ଖବର ଅନୁଯାୟୀ, ଆଜି ଦିନ ଦଶଟା ସମୟରେ ଜଣେ ବେପାରୀ ନିଜ ଅଟୋରେ ବିଲାତି ନେଇ ଯାଉଥିବା ବେଳେ ଟ୍ରେ ତଳେ ପଡିଯାଇଥିଲା । ଯାହାଫଳରେ ବିଲାତିଗୁଡିକ ତଳେ ପଡିଯାଇଥିଲା। ଏହାଦେଖି ଏୟାରପୋର୍ଟ ଛକରେ କାର୍ଯ୍ୟରତ ଥିବା ୨ଜଣ କନେଷ୍ଟବଳ ଦୌଡି ଆସିଥିଲେ , ଏବଂ ତଳେ ପଡିଥିବା ବିଲାତିକୁ ଉଠାଇ ବେପାରୀଙ୍କ ବୋଝରେ ରଖିଥିଲେ ।

ଏହାସହିତ ଛକରେ ଉପସ୍ଥିତ ଥିବା କିଛି ସାଧାରଣ ଲୋକ ମଧ୍ୟ ବିଲାତି ଗୋଟାଇବାରେ ସହଯୋଗ କରିଥିଲେ । ଏହି ସମୟରେ କିଛି ସମୟ ପାଇଁ ଟ୍ରାଫିକ୍‌କୁ ଅଟକାଯାଇଥିଲା । ଯାହାଫଳରେ ସେହି ରୁଟ୍‌ରେ କୌଣସି ଗାଡିମଟର ଯିବାଆସିବା ବନ୍ଦ ମଧ୍ୟ ରହିଥିଲା । ଟ୍ରାଫିକ୍‌ କନେଷ୍ଟବଳଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ଅନେକ ପ୍ରଶଂସା କରୁଛନ୍ତି । ସେହିପରି କିଛିଦିନ ତଳେ ଜଣେ କନେଷ୍ଟବଳ ରାସ୍ତାରେ ଝାଡୁ ଧରି ସଫା କରୁଥିବାର ଭିଡିଓ ଖୁବ୍‌ ଭାଇରାଲ୍ ହୋଇଥିଲା । ଯାହାପରେ ଉକ୍ତ ଟ୍ରାଫିକ କନେଷ୍ଟବଳଙ୍କୁ ପ୍ରଶଂସା କରାଯାଇଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.