Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ସମ୍ବଲପୁରରେ ଗାଡ଼ି ଚେକିଂ ବେଳେ ଗଡ଼ବଡ଼: ପୋଲିସ ଓ ଜନତା ମୁହାଁମୁହିଁ

3/03/2020 at 9:41 PM

ଭୁବନେଶ୍ବର୩/୩: ନିୟମକୁ ଉଲ୍ଲଂଘନ କରି ତଣ୍ଡ ଗଣୁଛନ୍ତି ଅମାନିଆ ଗାଡି ଚାଳକ । ଆଜି ସମ୍ବଲପୁରରେ ଏକ ଅଟୋକୁ ୩୦ ହଜାର ଏବଂ ଡିଜେ ଗାଡିକୁ ୨୦ ହଜାର ତଣ୍ଡ ଗଣିବାକୁ ପଡିଥିବା ବେଳେ  ଭୁବନେଶ୍ବରରେ ବିଏମସିର ଦୁଇ ଅଳିଆ ଗାଡ଼ି ଉପରେ ଫାଇନ ଲାଗିଛି। ତେବେ ସମ୍ବଲପୁରରେ ପୋଲିସ ସହ ସାଧାରଣ ଲୋକେ ମୁହାଁମୁହିଁ ହୋଇଛନ୍ତି।

ସମ୍ବଲପୁରରେ ଗାଡ଼ିଚେକିଂ ବେଳେ ଗଡ଼ବଡ଼। ମୁହାଁମୁହଁ ହୋଇଛନ୍ତି ପୋଲିସ ଓ ଜନତା। ଲକ୍ଷ୍ମୀ ଟକିଜ ପାଖରେ ହୋଇଥିଲା ଟ୍ରାଫିକ ଜାମ୍‌ । ତିନି ଜଣ ଯୁବକ ଗୋଟିଏ ସ୍କୁଟିରେ ଆସୁଥିବାରୁ ପୋଲିସ ସେମାନଙ୍କୁ ଧରିଥିଲା । ହେଲମେଟ କାହିଁକି ପିନ୍ଧିନ ବୋଲି ପଚାରିବାରୁ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା ।

ଆଜି ସମ୍ବଲପୁରରେ ଏକ ଯାତ୍ରୀବାହୀ ଅଟୋ ବିପଦ ସଙ୍କୁଳ ଅବସ୍ଥାରେ ମାଲ ପରିବହନ କରୁଥିବାରୁ ୩୦ ହଜାର ୫ଶହ ଟଙ୍କା ଫାଇନ୍‌ ହୋଇଛି। କେବଳ ସେତିକି ନୁହେଁ ସମ୍ବଲପୁର ପରବିହନ ବିଭାଗ ଏକ ଡିଜେ ଗାଡିକୁ ମଧ୍ୟ ୨୦ହଜାର ୫୦୦ ଟଙ୍କାର ଫାଇନ ଆଦାୟ କରିଛି ।  ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ଫାଇନ ଭରିବାକୁ ପଡିଛି ।  ଏହାପରେ ତିନି ଯୁବକଙ୍କୁ ଅଟକ ରଖିବା ପରେ ଗଣ୍ଡଗୋଳ ହୋଇଥିଲା। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ସଂପୃକ୍ତ ଯୁବକଙ୍କୁ  ଅଟକ ରଖିଛି । 

ଏପଟେ ଭୁବନେଶ୍ବରରେ ବିଏମସି ଗାଡିକୁ ଫାଇନ । ଅଳିଆ ବୋହୁଥିବା ଦୁଇଟି ବିଏମସି ଗାଡିକୁ ୩୨ ହଜାର ୫୦୦ ଟଙ୍କା ଫାଇନ ଲଗାଯାଇଛି । ପରମିଟ, ପଲ୍ୟୁସନ ଓ ଇନ୍ସୁରାନ୍ସ ନଥାଇ ଏହି ଗାଡି ଚାଲିଥିଲା ।  ଭୁବନେଶ୍ବର ରଘୁନାଥପୁର ବ୍ରିଜ ନିକଟରେ ଚେକିଂ ଚାଲିଥିଲା । ଚେକିଂ ବେଳେ ଏହି ଗାଡି ୨ଟି ଧରାପଡିଛି ।  ଭୁବନେଶ୍ବର ଆରଟିଓ-୨  ପକ୍ଷରୁ ଏଠାରେ ଚେକିଂ ଚାଲିଥିଲା । ତେବେ ଦୁଇଦିନର ଚେକିଂ ପରେ ଧିରେ ଲୋକେ ସଚେତନ ହେଉଛନ୍ତି। ଏଣିକି ଟ୍ରାଫିକ୍‌ ନିୟମ ଭାଙ୍ଗିବା ଅପେକ୍ଷା ନିୟମ ମାନିବାକୁ ପସନ୍ଦ କରୁଛନ୍ତି।

ଟ୍ରାଫିକ ଆଇନ ଲାଗୁ ନେଇ ମହଲତ ସରିବା ପରଠାରୁ ଏବେ ଗଳିକନ୍ଦିରେ ଜୋରଦାର ଚେକିଂ ହେଉଛି। ପ୍ରଥମ ଦିନରେ କୋଟିଏ ୬ ଲକ୍ଷ ଗତକାଲି ୬୦ ଲକ୍ଷ ଆଦାୟ ହୋଇଛି। ଧିରେ ଧିରେ ଆଦାୟ ପରିମାଣ କମୁଥିବାରୁ ଲୋକେ ସଚେତନ ହେଉଥିବା ସୂଚନା ମିଳୁଛି।

   Related Posts