Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଟ୍ରାଫିକ ଧରପଗଡ ଉପରେ ରୋକ ଲଗାଇଲେ ମୁଖ୍ୟମନ୍ତ୍ରୀ, ୩ ମାସ ପର୍ଯ୍ୟନ୍ତ ଯାଞ୍ଚ ପ୍ରକ୍ରିୟା କୋହଳ

9/09/2019 at 6:13 PM

ଭୁବନେଶ୍ୱର ୯।୯- ଜନ ଅସନ୍ତୋଷ ବ୍ୟାପିବା ପରେ ଗାଡି ଯାଞ୍ଚ ଧରପଗଡରେ ରୋକ ଲାଗାଇଛନ୍ତି ମୁଖ୍ୟମନ୍ତ୍ରୀ ।  ସଂଶୋଧିତ ମଟରଯାନ ଆଇନ୍ ଲାଗୁ ହେବା ପରେ କଡାକଡି ଗାଡି ଯାଞ୍ଚକୁ  ୩ ମାସ କୋହଳ କରିଛନ୍ତି। ଲୋକଙ୍କୁ ସଚେତନତା କରିବା ସେମାନଙ୍କ ଅଭିଯୋଗକୁ କ୍ୟାମ୍ପ ଜରିଆରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ଏପଟେ ସରାକାରଙ୍କ ଏଭଳି ୟୁଟର୍ଣ୍ଣ ଦେଖି ବିରୋଧୀ  ଘେରିଛନ୍ତି ।

ତିନି ମାସ ପାଇଁ ବନ୍ଦ ହେଲା ଧରପଗଡ।  ସଂଶୋଧିତ ମଟୋରଯାନ ଆଇନ ଲାଗୁ ନେଇ ଗାଡି ଚାଳକଙ୍କୁ ବୁଝାଇବାକୁ ଏନଫୋର୍ସମେଣ୍ଟ  ଏଜେନ୍ସିକୁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।   ଏହି  ତିନି ମାସ ଭିତରେ ଗାଡି ଚାଳକ ମାନେ ସେମାନଙ୍କ ଆବଶ୍ୟକୀୟ କାଗଜପତ୍ର ଠିକ କରିନେବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ।  ଏପଟେ ଗାଡି ଚାଳକମାନଙ୍କୁ  ଗାଡି କାଗଜ ପତ୍ର ଠିକ କରିବା ପାଇଁ ଜନସେବା​ କେନ୍ଦ୍ର‌ ଗୁଡିକୁ ସଜାଡିବା ସହ ଏକାଧିକ କାଉଣ୍ଟର ଖୋଲିବା ଏବଂ କ୍ୟାମ୍ପ କରି ଲୋକଙ୍କ ଅଭିଯୋଗକୁ ଦୂର କରିବାକୁ  ପରିବହନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ମଟର ଯାନ ଆଇନ୍ ଲାଗୁ ହେବା ପରେ ଭୁବନଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ଲୋକମାନେ  ଯେଉଁ ଭଳି ଭାବେ ପ୍ରତିକ୍ରିୟା ପ୍ରକାଶ କଲେ ସେଥିପାଇଁ ଉଦବେଗ ପ୍ରକାଶ କରିବା ସହ  ଗାଡିଚାଳକମାନଙ୍କୁ  ବେପାରୁଆ ଭାବେ ଗାଡି ନ ଚଳାଇବା ଏବଂ ନିୟମ ମାନିବାକୁ  ଆହ୍ବାନ ଦେଇଛନ୍ତି । ଏପଟେ  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ନିୟମରେ ପରିବର୍ତ୍ତନ କରିବାକୁ ସରକାର ଉଦ୍ୟମ କରୁଛନ୍ତି।

ସଂଶୋଧିତ ମଟରଯାନ ଆଇନ୍ ଲାଗୁ ହେବା ପରଠାରୁ ପ୍ରତିଦିନ କିଛି ନା କିଛି ଅସନ୍ତୋଷ ମୁଣ୍ଡ ଟେକୁଥିଲା। ଆଉ ଶନିବାର ଭୁବନେଶ୍ବର ରାଜମହଲ ଘଟଣା ସବୁ ସୀମା ଟପିଯାଇଥିଲା। ଏବେ ସରକାର କୋହଳ ହୋଇଥିବା ବେଳେ ବିରୋଧୀ କିନ୍ତୁ ଆକ୍ରମଣ ମୁଦ୍ରାରେ ଠିଆ ହେଲେଣି। ଘର ବୁଡି ପାଣି ଆଣ୍ଠୁଏ ହେବା ପରେ ସରକାରଙ୍କ ଚେତା ପସିଛି ବୋଲି ବିଜେପି କହିଛି । ଲାଗୁ ପୂର୍ବରୁ ସରକାର ଯଦି ବୁଝିବିଚାରି ତର୍ଜମା କରି ଏହି ଆଇନ୍ ଲାଗୁ କରିଥାନ୍ତେ ଏଭଳି ଅବସ୍ଥା ଉପୁଜିନଥାନ୍ତା ବୋଲି  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି । ଏପଟେ କଂଗ୍ରେସ କହିଛି ସରକାର ତରବରିଆ ଭାବେ ଏହି ଆଇନ୍ ଲାଗୁ କରିବାର ନଥିଲା​‌।

କଡ଼ା ଚେକିଂ ସିନା କୋହଳ ହୋଇଛି କିନ୍ତୁ ଗାଡ଼ି ଚାଳକ ଯଦି ଟ୍ରାଫିକ୍‌ ନିୟମ ଜାଣିଶୁଣି ଉଲ୍ଲଂଘନ କରନ୍ତି. ହେଲମେଟ ନପିନ୍ଧନ୍ତି ରଙ୍ଗ ସାଇଡ଼ରେ ଯାଆନ୍ତି  କିମ୍ବା ବେପରୁଆ ଗାଡ଼ି ଚଳାନ୍ତି ତେବେ ଆଇନ ତ ତା ବାଟରେ ଯିବ।  

   Related Posts