Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଜୟପୁର ବିଧାନସଭା ଆସନ : କଂଗ୍ରେସର ତାରା ଓ ବିଜେଡିର ରବିଙ୍କ ମଧ୍ୟରେ ଜମିବ ଲଢେଇ, କଂଗ୍ରେସ ଭୋଟ୍ କାଟିପାରନ୍ତି ବିଏସପି ପ୍ରାର୍ଥୀ କୃଷ୍ଣ ସଗରିଆ

26/03/2019 at 3:42 PM

ଜୟପୁର ୨୬|୩ (ପଦ୍ମନାଭ ହୋତା): ଜୟପୁର ବିଧାନସଭା ଆସନ ପାଇଁ ୧୦ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ମଇଦାନରେ । ହେଲେ ଏଥରର ମୁଖ୍ୟ ଲଢେଇ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେଡିର ରବି ନନ୍ଦ ଓ କଂଗ୍ରେସର ତାରା ପ୍ରସାଦ ବାହନୀପତିଙ୍କ ମଧ୍ୟରେ ହେବ । ବିଜେପି ଏଥର ଯୁବ ନେତା ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାରାଙ୍କ ଘୋର ବିରୋଧୀ କୃଷ୍ଣ ଶଗରିଆ ବିଏସପି ଟିକଟରୁ ଲଢ଼ୁଛନ୍ତି । ତେଣୁ ଏହି ଦୁଇ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକାରେ ରହିବେ ବୋଲି ଅନୁମାନ କରାଯାଉଛି ।

ଜୟପୁରରେ ଜମିବ ଫାଇଟ୍ । କଂଗ୍ରେସ-ବିଜେଡି ମଧ୍ୟରେ ହେବ କଡ଼ା ଟକ୍କର । ୨୦୧୪ରେ କଂଗ୍ରସର ଜିତାପଟ ହୋଇଥିଲା । ୮ ହଜାରରୁ ଅଧିକ ଭୋଟରେ ବିଜେଡିର ରବି ନାରାୟଣ ନନ୍ଦଙ୍କୁ ହରାଇଥିଲେ  ତାରା ପ୍ରସାଦ ବାହିନୀପତି । ଏଥରି ବି ଏହି ଆସନରୁ ଏହି ୨ ଦଳର ୨  ହେବିୱେଟ ନିର୍ବାଚନ ମଇଦାନରେ ।  ଜୟପୁରରେ ଗୁଣ୍ଡାରାଜ, ଗଂଜେଇ ମାଫିଆଙ୍କ ବିରୋଧରେ ଲଢେଇରେ ସେ ବିଜୟୀ ହେବେ ବୋଲି କହିଛନ୍ତି ତାରା।ସେପଟେ ରବି ନନ୍ଦ କହିଛନ୍ତି ସତ ବନାମ ମିଛର ଏ ଲଢେଇରେ ନବୀନ ବାବୁଙ୍କ ହାୱାରେ ସବୁ ବିରୋଧୀ ପ୍ରାର୍ଥୀ ଉଡିଯିବେ।ବିଜେଡି ପୁଣି ଥରେ ଏଠାରୁ ବିଜୟର ବାନା ଉଡାଇବ ।

ଜୟପୁରରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଥିବା ବେଳେ ବିଜେପି ଓ ବିଏସପି ପ୍ରାର୍ଥୀଙ୍କୁ ବି ଅଣଦେଖା କରାଯାଇ ନପାରେ। ଯୁବ ନେତା ଗୌତମ ସାମନ୍ତରାୟଙ୍କୁ ବିଜେପି ଏଥର ଏଠାରୁ ପ୍ରାର୍ଥୀ କରିଛି । ଯୁବ ଭୋଟରଙ୍କ ମଧ୍ୟରେ କ୍ରେଜ ସାଂଗକୁ ବିଜେପି ହାୱା ଓ ନରେନ୍ଦ୍ର ମୋଦୀଙ୍କ ଜୟପୁର ଗସ୍ତ ଭୋଟରଙ୍କୁ ବିଜେପି ମୁହାଁ କରିବ ବୋଲି ଆଶା କରିଛନ୍ତି ଗୌତମ ।

ସେହିପରି ତାରାଙ୍କ ବିରୋଧୀ ଭାବେ ଜଣାଶୁଣା କୃଷ୍ଣଚନ୍ଦ୍ର ଶଗରିଆ ଏଥର ବିଏସପି ଟିକଟରେ ଜୟପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତେବେ କୃଷ୍ଣଙ୍କ ବିଜୟ ସଂଭାବନା କମ୍ ଥିଲେ ବି ସେ କଂଗ୍ରେସ ଭୋଟକୁ ନିଜ ସପକ୍ଷରେ ଆଣି ତାରାଙ୍କ ପାଇଁ କଣ୍ଟା ହୋଇ ପାରନ୍ତି।

ଜୟପୁର ଆସନରେ ଏଥର କଡା ମୁକାବିଲା ହେବା ସ୍ପଷ୍ଠ।ହେଲେ ଉଭୟ ଗୌତମ ଓ କୃଷ୍ଣ ସଗରିଆ କାହା ଭୋଟ କେତେ ପରିମାଣରେ କାଟୁଛନ୍ତି ତାହା ଉପରେ ହିଁ ତାରା ଓ ରବି ଙ୍କ ହାର ଜିତ ନିର୍ଭର କରୁଛି ।

   Related Posts