ମନୋସ୍କାମନା ପୂରଣ ପାଇଁ ନିଆରା ପରମ୍ପରା, କଣ୍ଟା ପିଢ଼ାରେ ବସନ୍ତି, ନିଆଁରେ ଚାଲନ୍ତି​‌

Published By : Prameya-News7 Bureau | October 17, 2021 IST

ପାଟଣା ୧୭/୧୦: ମା’ ଦୁର୍ଗାଙ୍କ ମେଲାଣିରେ ମନୋସ୍କାମନା ପୂରଣ ପାଇଁ ରହିଛି ବିଚିତ୍ର ପରମ୍ପରା। ନିଆଁରେ ଚାଲି, କଣ୍ଟା ପିଢ଼ାରେ ବସିବା ସହ କଣ୍ଟା କଠଉରେ ଚାଲି ନିଜ ଶରୀରକୁ କଷ୍ଟ ଦେଇ ଏଠାରେ ମାଙ୍କୁ ପ୍ରସନ୍ନ କରିଥାନ୍ତି ମାନସିକଧାରୀ । ଯାହାକୁ ଦେଖିବାକୁ ଆଖପାଖ ଗାଁର ଲୋକଙ୍କ ସମାଗମ ହୋଇଥାଏ।  କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତ୍ରିବିନ୍ଦା ଗାଁ। ଯେଉଁଠି  ରହିଛି ଏକ ନିଆରା ପରମ୍ପରା ।

{"id":528695,"width":694,"height":390,"sizeSlug":"full","linkDestination":"none"}

ଏଠାରେ ମାଙ୍କୁ ପ୍ରସନ୍ନ କରିବା ପାଇଁ କୁକୁଡ଼ା ଓ ବୋଦା ବଳି ଦେଇଥାନ୍ତି ଲୋକେ। କେବଳ ସେତିକି ନୁହେଁ, ମାନସିକଧାରୀମାନେ ଉପବାସ ରହି କଣ୍ଟା କଠଉ ମାଡ଼ି ଚାଲନ୍ତି, କଣ୍ଟା ପିଢ଼ାରେ ଆନନ୍ଦର ସହିତ ବସିବା ଦେଖାଯାଏ । ଶେଷରେ ନିଆଁ ଉପରେ ମାନସିକଧାରୀ ଚାଲିବା ଦୃଶ୍ୟ ଲୋକମାନେ ଉପଭୋଗ କରିଥାନ୍ତି । ବିଶ୍ବାସ ରହିଛି ଏହାଦ୍ଵାରା ଗାଁକୁ କୌଣସି ବିପଦ ନ ଆସିବା ସହ ସମସ୍ତ ରୋଗବ୍ୟାଧିରୁ ରକ୍ଷା ମିଳେ ।

ବହୁ ବର୍ଷ ପୂର୍ବରୁ ବନ୍ୟା  ଗାଁର ବିପୁଳ କ୍ଷତି ଘଟାଇଥିଲା। ଏହାପରେ ଦଶହରା ମେଲାଣିରେ ଗାଁରେ ଏପରି ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। ମାନସିକଧାରୀ ଏଥିପାଇଁ କିଛି ଦିନ ପୂର୍ବରୁ ସ୍ବତନ୍ତ୍ର ସାଧନା କରିଥାନ୍ତି । ଏହି ପୂଜାର୍ଚ୍ଚନା ସମୟରେ ମାନସିକଧାରୀଙ୍କୁ କାଳିସୀ ଲାଗେ ବୋଲି କୁହାଯାଏ।

{"id":528696,"width":718,"height":404,"sizeSlug":"full","linkDestination":"none"}

ଏହାପରେ, ସେମାନେ କଣ୍ଟାରେ ଚାଲିବା, କଣ୍ଟା ଉପରେ ବସିବା ଓ ନିଆଁୟ ରେ ଚାଲିବା ଆଦି କାମ ଖୁବ ଆନନ୍ଦରେ କରିପାରନ୍ତି। ଶରୀରକୁ କଷ୍ଟ ଦେଇ ଭଗବାନଙ୍କୁ ପ୍ରସନ୍ନ କରିବାର ବହୁ ବର୍ଷର ପରମ୍ପରା ତ୍ରିବିନ୍ଦା ଗାଁରେ ଏବେ ବି ଜାରି ରହିଥିବା ବେଳେ ଏପରି ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.