ଆରମ୍ଭ ହେଲା ବନ୍ଦ ହୋଇଯାଇଥିବା ପରମ୍ପରା- ଶୀକ୍ଷେତ୍ର ଅଭିମୁଖେ ପ୍ରଥମାଷ୍ଟମୀ ଭାର ନେଇ ଯାଇଛନ୍ତି ଶ୍ରଦ୍ଧାଳୁ

Published By : Prameya-News7 Bureau | November 19, 2019 IST

ନିଆଳି ୧୯।୧୧ -  ଆସନ୍ତାକାଲି ପ୍ରଥମାଷ୍ଟମୀ ପଡୁଥିବାରୁ ଶ୍ରୀ ଜଗନ୍ନାଥଙ୍କ ମାମୁଁଘର ନିଆଳି ମାଧବ ମନ୍ଦିର ଚଳଚଚଂଳ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର । କେଉଁ ଆବାହାମାନକାଳରୁ ମାଧବ ମନ୍ଦିର ପକ୍ଷରୁ ପୁରୀ ଜଗନ୍ନାଥଙ୍କୁ ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଥିବା ବେଳେ ଗତ କିଛି ବର୍ଷ ଧରି ଏହି ପ୍ରଥା ବନ୍ଦ ରହିଥିଲା । ଚଳିତ ବର୍ଷ ଠୁ ପୁଣି ଏହି ପରମ୍ପରା ଆରମ୍ଭ ହୋଇଛି । ..

{"id":186407,"sizeSlug":"large"}

ପୋଢୁହାଁ ହେବେ ଶ୍ରୀ ଜଗନ୍ନାଥଙ୍କ ବଡ ଭାଇ ବଳଭଦ୍ର । ଅରୁନ୍ଧତୀପୁରରୁ ଶ୍ରୀକ୍ଷେତ୍ରରେ ପହଞ୍ଚିଛି ଅଷ୍ଟମୀ ଭାର । ପୁଣ୍ୟ ପ୍ରାଚୀ ତଟ ପୁରାଣର ଅରୁନ୍ଧତୀପୁର ତଥା ଏବେକାର କଟକ ଜିଲ୍ଲା ନିଆଳିର ମାଧବାନନ୍ଦଜୀଉଙ୍କ ମନ୍ଦିରରୁ ଯାଇଛି ପୋଢୁହାଁ ଭାର । ଏହା ମହାପ୍ରଭୁ ଶ୍ରୀଜୀଉମାନଙ୍କର ମାମୁଁଘର । ତେଣୁ ଶ୍ରୀଜିଉଙ୍କ ପୋଢୁଆଁ ପାଇଁ ଆଜି ଅଷ୍ଟମୀ ଭାର  ନିଆଳି ମାଧବ ପୀଠରୁ ଶ୍ରୀକ୍ଷେତ୍ର ଯାଇଛି । ଏହି ପରମ୍ପରା ଦୀର୍ଘ ବର୍ଷ ହେଲା ବନ୍ଦ ଥିବା ବେଳେ ପୁଣି ଆରମ୍ଭ ହୋଇଛି ।  ଯାହାକୁ ନେଇ ମାଧବ ମନ୍ଦିର ପୁଣି ଚଳଚଞ୍ଚଳ ହୋଇ ଉଠିଛି । ପୋଢୁହାଁ ଭାର ଭାବେ ଯାଇଛି ଶ୍ରୀଜୀଉ ମାନଙ୍କ ଅଙ୍ଗଲାଗି ଖଣ୍ଡୁଆ, ଅରୁଆ ଚାଉଳ, ବିରି ନଡିଆ ଗୁଡ, ପାଚିଲା କଦଳି, ଘିଅ ଓ ଗୋପାଳ ବଲ୍ଲବ ପାଇଁ ବିଭିନ୍ନ  ଫଳମୂଳ ।  ଆସନ୍ତାକାଲି ମହାପ୍ରଭୁଙ୍କ ଅବକାଶ ଓ ଧୂପରେ ପଢୁଆଁ ବସ୍ତ୍ର ଲଗି ହେବ । ଏହାପରେ  ପୁରୀ ବଡଦାଣ୍ଡରେ ମାଧବପୀଠରୁ ଯାଇ ଥିବା ପୀଠା ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ ।

{"id":186408,"sizeSlug":"large"}

ପ୍ରଥମେ ମାଧବାନନ୍ଦଙ୍କୁ  ସ୍ନାନ ଓ ମାର୍ଜଣା କରାଯାଇ ରାଜା ରାଜେଶ୍ବର ବେଶରେ ସଜ୍ଜିତ କରାଯାଇଥିଲା । ଏହାପରେ ଢୋଲ ମହୁରୀ, ସଂକୀର୍ତ୍ତନ ମଣ୍ଡଳୀ ସହ ପୁରୀ ଅଭିମୁଖେ ବାହାରିଥିଲା ପୋଢୁହାଁ ଭାର । ବହୁ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ମାଧବଙ୍କ ପୀଠରୁ  ପଢୁଆଁ ଭାର ନେଇ ଚନ୍ଦ୍ର ମଉଳି, ଚାରିଛକ, ବାଲିଘାଇ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରୁ ପୁଣି ଶୋଭାଯାତ୍ରା ଯାଇ ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସେବକଙ୍କ ଦ୍ବାରା ପଢୁଆଁ ବସ୍ତ୍ର ଓ ସାମଗ୍ରୀ ଗ୍ରହଣ କରାଯାଇଥିଲା ।

{"id":186413,"sizeSlug":"large"}

କାହିଁ କେଉଁ କାଳରୁ ମାଧବ ମନ୍ଦିର ପକ୍ଷରୁ ଶ୍ରୀଜୀଉଙ୍କୁ ପୋଢୁଆଁ କରାଯିବାର ପରମ୍ପରା ଚାଲି ଆସିଥିବା ବେଳେ ଗତ କିଛି ବର୍ଷ ହେଲା  ଏହା ବନ୍ଦ ରହିଥିଲା । ମାଧବାନ୍ଦଙ୍କ ସେବାୟତ, ସ୍ଥାନୀୟ ଅଚଂଳର ଶ୍ରଦ୍ଦାଳୁ ଓ ଜଗନ୍ନାଥ ପ୍ରେମୀଙ୍କ ମନରେ ବୁଡିଯାଉଥିବା ପରମ୍ପରାକୁ ପୁନଃ ପ୍ରଚଳନ କରିବାକୁ ପୁଣି ଉଦ୍ୟମ ଆରମ୍ଭ ହୋଇଛି । ଏହି ପୁରାତନ ପ୍ରଥାକୁ ବଞ୍ଚାଇ ରଖିବାକୁ ହୋଇଥିବା ଉଦ୍ୟମରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.