Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଲାଲ ସଙ୍କେତ ସହ ଖୋଲିବା ପରେ ସେୟାର ବଜାରରେ ମିଶ୍ରିତ କାରବାର, ସେନସେକ୍ସ ସାମାନ୍ୟ ହ୍ରାସ

25/01/2021 at 2:56 PM

ନୂଆଦିଲ୍ଲୀ ୨୫/୦୧ : ଅନ୍ତଃରାଷ୍ଟ୍ରୀୟ ବଜାରରେ ମିଶ୍ରିତ ସଙ୍କେତ ଯୋଗୁଁ ସପ୍ତାହର ପ୍ରଥମ କାରବାର ଦିନରେ ସେୟାର ବଜାର ସବୁଜ ସଙ୍କେତ ସହ ଆରମ୍ଭ ଖୋଲିଥିଲା । କାରବାରର କିଛି ସମୟ ପରେ ସେୟାର ବଜାରରେ ଉତ୍ଥାନ-ପତ୍ତନ ଦେଖିବାକୁ ମିଳିଥିଲା ।

ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୩୭୫ ଅଙ୍କ ବୃଦ୍ଧି ପାଇ ୪୯,୨୫୩ରେ ଖୋଲିଥିଲା । ସେହିପରି ନେସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୦୬ ଅଙ୍କ ବୃଦ୍ଧି ପାଇ ୧୪,୪୭୭ରେ ଖୋଲିଥିଲା । ଦିନ ୯.୪୦ ସମୟରେ ସେନସେକ୍ସ ହ୍ରାସ ପାଇବାକୁ ଲାଗିଥିଲା । ୯.୫୦ ସୁଦ୍ଧା ସେନସେକ୍ସ ୩୬୬ ଅଙ୍କ ହ୍ରାସ ପାଇ ୪୮,୫୧୨କୁ ଖସି ଆସିଥିଲା ।

ସେୟାର ବଜାରରେ ମିଶ୍ରିତ କାରବାର ଯୋଗୁଁ ଦିନ ୧୦.୩୦ ସୁଦ୍ଧା ସେନସେକ୍ସ ପୁଣି ୧୭୩.୧୭ ଅଙ୍କ ବୃଦ୍ଧି ପାଇ ୪୯,୦୫୧.୭୧ରେ ପହଞ୍ଚିଯାଇଥିଲା । ସେହିପରି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ନିଫ୍ଟି ୧୧୧ ଅଙ୍କ ହ୍ରାସ ପାଇ ୧୪,୨୬୦.୨୫ରେ ପହଞ୍ଚିଯାଇଥିଲା । କାରବାର ଆରମ୍ଭରୁ ଉର୍ଜା ସେକ୍ଟରକୁ ଛାଡି ବାକି ସମସ୍ତ ସେକ୍ଟର ସବୁଜ ସଙ୍କେତରେ ଆରମ୍ଭ ହୋଇଥିଲା । କିନ୍ତୁ ପରେ ସମସ୍ତ ସେକ୍ଟର ଲାଲ ସଙ୍କେତକୁ ଚାଲିଆସିଥିଲା ।

ନିଫ୍ଟିରେ ହ୍ରାସ ପାଇଥିବା ସେୟାରଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଏସିୟାନ୍‌ ପେଣ୍ଟ୍‌ସ, ପାଓ୍ବାର ଗଅୀଡ୍‌ କର୍ପୋରେସନ, ଆୟସର ମୋଟର୍ସ, ଟାଟା ମୋଟର୍ସ ସାମିଲ ଅଛନ୍ତି । ତେବେ ଅଲ୍ଟ୍ରାଟେକ୍‌‌ ସିମେଣ୍ଟର ସେୟାର ଗତ ୫୨ ସପ୍ତାହରେ ସର୍ବାଧିକ ବୃଦ୍ଧି ପାଇ ୫୮୩୧.୮୦ରେ ପହଞ୍ଚିଯାଇଥିଲା ।

କାରବାରର ଶେଷ ଦିନ ଅର୍ଥାତ ଶୁକ୍ରବାର ସେୟାର ବଜାର ଲାଲ ସଙ୍କେତ ସହ ଆରମ୍ଭ ହୋଇଥିଲା ।  ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନସେକ୍ସ ୪୯,୫୯୪.୯୫ରେ ଖୋଲିଥିଲା । ଗୁରୁବାର ଦିନ ସେୟାର ବଜାରରେ ନୂଆ ଇତିହାସ ସୃଷ୍ଟି ହୋଇଥିଲା । କାରବାର ଆରମ୍ଭରୁ ସେନସେକ୍ସ ୫୦,୦୯୬.୫୭ରେ ଖୋଲିଥିଲା ଏବଂ ନିଫ୍ଟି ୧୪,୭୩୦ରେ ଖୋଲିଥିଲା । କିନ୍ତୁ କାରବାର ଶେଷ ବେଳକୁ ସେୟାର ବଜାର ଲାଲ ସଙ୍କେତ ସହ ବନ୍ଦ ହୋଇଥିଲା ।

   Related Posts