ଡ୍ରାଗନ ଉପରେ ପଡିବ ଆର୍ଥିକ ପ୍ରହାର ! ଚୀନ ସାମଗ୍ରୀର ବହିଷ୍କାର ଅଭିଯାନ ଆରମ୍ଭ କଲା CAT, ପ୍ରସ୍ତୁତ କଲା ୫୦୦ ସାମଗ୍ରୀର ତାଲିକା

Published By : Prameya-News7 Bureau | June 16, 2020 IST

ନୂଆଦିଲ୍ଲୀ ୧୬।୦୬: ସୋମବାର ରାତିରେ ଭାରତୀୟ ସୈନିକ ଉପରେ ଚୀନ ସେନା ପକ୍ଷରୁ ହୋଇଥିବା ହମଲା ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ରହିଛି। ବିଶେଷ କରି ବ୍ୟବସାୟୀ ସଂଗଠନ ଚୀନକୁ କଡା ସମାଲୋଚନା କରି ଉଚିତ୍ ଶିକ୍ଷା ଦେବା କଥା କହିଛନ୍ତି। ଚୀନ ସର୍ବଦା ଭାରତ ବିରୋଧରେ ଷଡଯନ୍ତ୍ର ରଚିଥାଏ ଏବଂ ଯେବେ ବି ସୁଯୋଗ ମିଳେ ଭାରତର ସାର୍ବଭୌମ ଏବଂ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରିଥାଏ।

ଏବେ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(CAT) ଚୀନ ଉପରେ ଆର୍ଥିକ ପ୍ରହାର କରିବା ପାଇଁ ପ୍ରସ୍ତୁତି କରିଛନ୍ତି। କ୍ୟାଟ୍‌ ଚୀନୀ ଉତ୍ପାଦର ବହିଷ୍କାର ଓ ଭାରତୀୟ ସାମାନ ବ୍ୟବହାର ବଢାଇବା ପାଇଁ ‘ଭାରତୀୟ ସାମାନ-ହମାରା ଅଭିଯାନ’ ଅଭିଯାନ ଆରମ୍ଭ କରିଛନ୍ତି।

{"id":287397,"width":584,"height":324,"sizeSlug":"large"}

କ୍ୟାଟ୍ ମଙ୍ଗଳବାର ୫୦୦ରୁ ଅଧିକ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। କ୍ୟାଟ୍ ଅନ୍ତର୍ଗତ ୩୦୦୦ରୁ ଅଧିକ ଉତ୍ପାଦ ରହିଛି ଯାହା ଚୀନରେ ନିର୍ମିତ ହୋଇ ଭାରତକୁ ଆମଦାନୀ ହେଉଛି। କ୍ୟାଟ୍ ନିଜ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଚୀନୀ ସାମଗ୍ରୀ ବହିଷ୍କାର କରିବାକୁ ଆହ୍ଵାନ କରିଛି। ଚୀନୀ ସାମଗ୍ରୀ ବହିଷ୍କାର କରି କ୍ୟାଟ୍ ୨୦୨୧ ଡିସେମ୍ବର ସୁଦ୍ଧା ଚୀନରୁ ହେଉଥିବା ଆମଦାନୀରେ ପ୍ରାୟ ୧ ଲକ୍ଷ  କୋଟି ଟଙ୍କା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି।

{"id":287399,"width":586,"height":391,"sizeSlug":"large"}

କ୍ୟାଟ୍‌ ତାଲିକାରେ ଜରୁରୀ କାମରେ ଆସୁଥିବା ବସ୍ତୁ, ଖେଳନା, ଫର୍ନିଂସିଙ୍ଗ, ଫ୍ୟାବିକ୍, ଟେକ୍ସଟାଇଲ୍, ବିଲ୍‌ଡର ହାର୍ଡଓ୍ଵେୟାର, ଫୁଟଓୟାର, ଗାରମେଣ୍ଟ, ରୋଷେଇ ସାମଗ୍ରୀ, ଲଗେଜ୍, ହ୍ୟାଣ୍ଡ ବ୍ୟାକ୍, କସ୍‌ମେଟିକ୍ସ, ଉପହାର ସାମଗ୍ରୀ, ବୈଦ୍ୟୁତିକ ଉପକରଣ, ଫ୍ୟାସନ ସାମଗ୍ରୀ, ଘଣ୍ଟା, ସୁନା ଓ ଅଳଙ୍କାର, ବସ୍ତ୍ର, ଷ୍ଟେସନାରୀ, କାଗଜ, ଘରୋଇ ବସ୍ତୁ, ଫଣ୍ଣିଂଚର, ଲାଇଟିଙ୍ଗ, ସ୍ଵାସ୍ଥ୍ୟ ଉପକରଣ, ପ୍ୟାକେଜିଙ୍ଗ ପ୍ରଡକ୍ଟ, ଅଟୋ ପାର୍ଟ୍ସ, ଚଷମା ଆଦି ସାମିଲ।

{"id":287398,"width":578,"height":385,"sizeSlug":"large"}

କ୍ୟାଟ୍ର ରାଷ୍ଟ୍ରୀୟ ସଭାପତି ବିସି ଭରତିଆ ଓ ରାଷ୍ଟ୍ରୀୟ ସଚିବ ପ୍ରବୀନ ଖଣ୍ଡେଲଓ୍ଵାଲ କ୍ୟାଟ୍‌ ଅଭିଯାନକୁ ସ୍ପଷ୍ଟ କରି କହିଛନ୍ତି, ବର୍ତ୍ତମାନ ଚୀନଠୁ ଭାରତ ଦ୍ଵାରା ବାର୍ଷିକ ପ୍ରାୟ ୫.୨୫ ଲକ୍ଷ କୋଟି ଅର୍ଥାତ ୭୦ ବିଲିୟନ ଡଲାର ମୂଲ୍ୟର ବସ୍ତୁ ଆମଦାନୀ ହେଉଛି।

କ୍ୟାଟ୍ ପ୍ରଥମ ପର୍ଯ୍ୟାୟରେ ସେହି ୩୦୦୦ରୁ ଅଧିକ ବସ୍ତୁର ତାଲିକା ପ୍ରସ୍ତୁତ କରିଛି, ଯାହା ଭାରତରେ ନିର୍ମିତ ହେଉଛି। ମାତ୍ର ଶସ୍ତା ଲୋଭରେ ଚୀନରୁ ଏହି ସବୁ ବସ୍ତୁର ଆମଦାନୀ ଏ ଯାଏ ହୋଇ ଆସୁଛି। ଏହି ସବୁ ବସ୍ତୁର ନିର୍ମାଣରେ କୌଣସି ପ୍ରକାରର ଟେକ୍ନୋଲୋଜିର ଆବଶ୍ୟକତା ନାହିଁ। ଏଥିପାଇଁ ଭାରତରେ ନିର୍ମିତ ବସ୍ତୁର ପ୍ରୟୋଗ ଚୀନୀ ବସ୍ତୁ ସ୍ଥାନରେ ବହୁତ ସହଜରେ କରାଯାଇ ପାରିବ। ଏହା ଦ୍ଵାରା ଭାରତ ଏହି ସବୁ  ବସ୍ତୁ ପାଇଁ ଚୀନ ଉପରେ ନିଜର ନିର୍ଭରତାକୁ କମ୍ କରି ପାରିବ।

{"id":287400,"sizeSlug":"large"}

ଭରତିଆ ଓ ଖଣ୍ଡେଲଓ୍ଵାଲ କହିଛନ୍ତି, ଭାରତରେ ଅନେକ  ବସ୍ତୁ ଏମିତି ରହିଛି, ଯାହାର ନିର୍ମାଣ ଦେଶୀ ଓ ବିଦେଶୀ କମ୍ପାନୀ ଭାରତରେ ତିଆରି କରୁଛନ୍ତି। ସଂପ୍ରତି ଏହି ସବୁ ବସ୍ତୁକୁ ବହିଷ୍କାର ପରିଧିରୁ ବାହାରେ ରଖାଯାଇଛି। ଚୀନ ନିର୍ମିତ ବସ୍ତୁ ଭାରତକୁ ଆମଦାନୀ ନ ହେଉ ଏହା ହେଉଛି ଆମ ଅଭିଯାନର ଉଦ୍ଦେଶ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.