ଧାମରା ବନ୍ଦରର କର୍ତ୍ତୃପକ୍ଷଙ୍କ ମନମୁୁଖୀ କାର୍ଯ୍ୟ ବିରୋଧରେ ମଜଦୁର ସଂଘର ଧାରଣା
21/12/2020 at 3:26 PM

ଭଦ୍ରକ୨୧/୧୨: ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଭାରତୀୟ ମଜଦୁର ସଂଘଙ୍କ ଧାରଣା।ଏହା ସହ ଅନୁବନ୍ଧିତ ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟଙ୍କ ନେତୃତ୍ବରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏହି ପ୍ରତିବାଦ ସଭାରେ ଧାମରା ବନ୍ଦର କର୍ମଚାରୀ ସଂଘର ସଭାପତି ଶାନ୍ତନୁ କୁମାର ମହାପାତ୍ର କହିଥିଲେ ଯେ, ଧାମରା ବନ୍ଦର କର୍ତ୍ତୁପକ୍ଷ ଶ୍ରମିକମାନଙ୍କୁ ବୋନସ ପ୍ରଦାନ କରୁନାହାନ୍ତି।
ବନ୍ଦରରେ କାର୍ଯ୍ୟଭାର ନେଉଥିବା କଣ୍ଟ୍ରାକ୍ଟରମାନେ ଆକ୍ରୋଶମୂଳକ ଭାବେ ଶ୍ରମିକଙ୍କୁ ଛଟେଇ କରୁଛନ୍ତି। କର୍ମଚାରୀଙ୍କୁ ଇପିଏଫ୍ ସ୍ଲିପ ଦେଉ ନାହାନ୍ତି । ଶ୍ରମିକ ଓ କର୍ମଚାରୀଙ୍କୁ ଇଏସ୍ଆଇ ପରିସରଭୁକ୍ତ କରିବା ,ଏଲଏଜି ଟର୍ମିନାଲରେ କର୍ମଚାରୀ ଓ ଶ୍ରମିକଙ୍କୁ ପରିଚୟ ପତ୍ର ନଦେବା, ଓଭର ଟାଇମ ପ୍ରାପ୍ୟ ଦେଉନାହାନ୍ତି । ଏ ସଂପର୍କରେ ବାରମ୍ବାର ବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲାପାଳ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଚାପ ଯୋଗୁଁ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ ହୋଇ ପାରୁନାହିଁ।