ଭାରତ ବନ୍ଦ : ବିଭିନ୍ନ ରେଳ ଷ୍ଟେସନରେ ଟ୍ରେନ୍ ଅଟକାଇଲେ ଆନ୍ଦୋଳନକାରୀ

Published By : Prameya-News7 Bureau | January 09, 2019 IST

ଭୁବନେଶ୍ବର ୯|୧: ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ  ଭାରତ ବନ୍ଦର ଆଜି ଦ୍ବିତୀୟ ଦିନ  । ଭୁବନେଶ୍ବର ଷ୍ଟେସନରେ ବିଭିନ୍ନ ଟ୍ରେନ ଅଟକାଇଲେ ଆନ୍ଦୋଳନକାରୀ । ଭୁବନେଶ୍ବର-ଦିଲ୍ଲୀ ଦୁରୋନ୍ତ ଏକ୍ସପ୍ରେସ ସହ ଅନ୍ୟ ପାସେଞ୍ଜର ଓ ମାଲବାହୀ ଟ୍ରେନ ମଧ୍ୟ ଅଟକାଇଛନ୍ତି । ସେହିପରି ମାଷ୍ଟରକ୍ୟାଣ୍ଟିନରେ ପିକେଟିଂ କରିଛନ୍ତି ଆନ୍ଦୋଳନକାରୀ । ବାଲେଶ୍ବରରେ ଗାଡି ଚଳାଚଳ ଠପ ଥିବାବେଳେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଷ୍ଟେସନରେ ଅଟକି ରହିଛି ପୁରୀ-ହାୱଡା ପାସେଞ୍ଜର । ବଣାଇରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ୬ଟି ରେଲୱେ ସାଇଡିଂ ବନ୍ଦ ରହିଛି । ବ୍ରହ୍ମପୁର ଷ୍ଟେସନରେ ପଲସା-ଭୁବନେଶ୍ବର ପାସେଞ୍ଜର ଅଟକି ରହିଛି । ସେପଟେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ସଂଗଠନ ପିକେଟିଂ ଆରମ୍ଭ କରିଛି ।ବିଭିନ୍ନ ସ୍ଥାନରେ ଟ୍ରେନ, ବସ ଅଟକି ଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । ସେହିପରି ଆଜି ୨୨ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ପ୍ରଥମ ଦିନ ବନ୍ଦ ପାଳନରେ ପରିବହନ ଓ ବ୍ୟାଙ୍କ ସେବା ପ୍ରଭାବିତ ହୋଇଥିଲା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.