Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଟ୍ରାକ୍ଟର ମାଲିକ ସଙ୍ଘ ପକ୍ଷରୁ ଆଲୋଚନା ସଭା, ଦାୟିତ୍ୱ ନେଲେ ନୂତନ କର୍ମକର୍ତ୍ତା

10/11/2020 at 9:56 PM

ଦିଗପହଣ୍ଡି,  ୧୦।୧୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ ଅଧୀନ ମାଁ ଖେମୁଣ୍ଡି କାଳୁଆ ଦେବୀ ପୀଠରେ ମଙ୍ଗଳବାର କୁକୁଡ଼ାଖଣ୍ଡି ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବ୍ଳକ ଅଧିନ ବିଭିନ୍ନ ଗ୍ରାମର ପ୍ରାୟ ୫୦ରୁ ଉର୍ଦ୍ଧ୍ବ  ଟ୍ରାକ୍ଟର ମାଲିକ ଯୋଗ ଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ସଭାରେ ସର୍ବସମ୍ମତକ୍ରମେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଙ୍ଘ ସଭାପତି ଭାବେ ସନାତନ ସଂଗ୍ରାମ ସିଂ, ଉପ-ସଭାପତି ପ୍ରଦୀପ ସ୍ୱାଇଁ,ସମ୍ପାଦକ – ବାଇନାଥ ଜେନା,ସହ-ସମ୍ପାଦକ ବାବୁଲା ଜେନା,କୋଷାଧକ୍ଷ ସତ୍ୟବାନ ଜେନାଙ୍କୁ ମନୋନୀତ କରାଯାଇଥିଲା । ସଂଘର ୧୫ ଜଣ ସଦସ୍ୟଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ  ଚୟନ କରାଯାଇଛି । ସରକାରଙ୍କ ନୀତି ନିୟମକୁ ପାଳନ କରି କିଭଳି ଗାଡ଼ି ଚଳାଚଳ କରାଯିବ ଏବଂ ସମସ୍ତ ଟ୍ରାକ୍ଟର ମାଲିକ ଏକତା ହୋଇ ସଂଘର ଉନ୍ନତି କଳ୍ପେ କାର୍ଯ୍ୟ କରିବେ ସେ ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଟ୍ରାକ୍ଟର ମାଲିକ କୈଳାଶ ବିଷୋୟୀ,ସନ୍ତୋଷ ଗୌଡ଼,ଲବ ପ୍ରଧାନ,ଗନ୍ତେଇ ସ୍ୱାଇଁ,ସୁଶାନ୍ତ କୁମାର ବିଷୋୟୀ,ରୋହିତ ଜେନା,ଶିବ ପାତ୍ର ଓ ବସନ୍ତ ସ୍ୱାଇଁଙ୍କ ସମେତ ନଳିହାଡ଼,ରୋହି ଗାଁ,ବାଲିପଡ଼ା,ଡ଼େଙ୍ଗାପଦର ଅଞ୍ଚଳର ବହୁ ଟ୍ରାକ୍ଟର ମାଲିକ ଉପସ୍ଥିତ ଥିଲେ ।

   Related Posts