ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର ; ୪ ଗୁରୁତର

Published By : Prameya-News7 Bureau | August 09, 2018 IST

ରାଉରକେଲା ୯/୮ : ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ତିଉରିଆ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ୨୫ରୁ ଅଧିକ ମହିଳା ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହେମଗିରି ଡାକ୍ତରଖାନାରେ ଅନ୍ୟ ଆହତଙ୍କର ଚିକିତ୍ସା ଚାଲିଛି । ତିଉରିଆ ଗାଁର ମହିଳା ପିଡିଏସ୍ ଚାଉଳ ନେବା ପାଇଁ ଟିକିଲିପଡା ପଞ୍ଚାୟତ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.