ଟ୍ରାକ୍ଟର ମାଡ଼ି ଯିବାରୁ ଶିକ୍ଷକଙ୍କ ମୃତ୍ୟୁ, ଫେରାର ଟ୍ରାକ୍ଟର ଚାଳକ ଗିରଫ

Published By : Prameya-News7 Bureau | June 02, 2021 IST

ସାନଖେମୁଣ୍ଡି, ୦୨।୦୬: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା କଲରାପଦର ଗ୍ରାମର ଗାଡି ଚାଳକ ପର୍ଶୁରାମ ପ୍ରଧାନଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ଚାଲାଣ କରିଛନ୍ତି। ଦିଗପହଣ୍ଡି ଥାନା ଅନ୍ତର୍ଗତ ବିକାଶପୁର - ବନ୍ଥପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ସୋମବାର ସକାଳ ପ୍ରାୟ ସାଢ଼େ ୮ ଟାରେ ପଥର ବୋଝେଇ ଟ୍ରାକ୍ଟର ମାଡ଼ି ଯିବାରୁ ବିକାଶପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶଶିଭୂଷଣ  ପଣ୍ଡା ମୃତ୍ୟୁ ଘଟିଥିଲା। 

ବ୍ରହ୍ମପୁର ଶ୍ରୀରାମ ନଗର ଦଶଘରିଆ ସାହିରେ ରହୁଥିବା ଶଶିଭୂଷଣ ସ୍କୁଲକୁ  ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାସ୍ତାରେ ଯାଉଥିବା  ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି କରିଥିଲେ। ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। କରିଥିଲେ। ଏନେଇ ଏତଲା ହେବା ପରେ  ଥାନା ମାମଲା ନଂ. ୧୩୦/୨୧ ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଥିଲା। ଘଟଣାସ୍ଥଳରୁ କୌଶଳକ୍ରମେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିଲା। ତେବେ ପୋଲିସ ଆଜି ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.