Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ପରିବାରର ୩ ସଦସ୍ୟଙ୍କୁ ଟ୍ରାକ୍ଟର ଚାପି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

29/11/2020 at 9:44 AM

ଭୋପାଳ,୨୯/୧୧:  ପ୍ରଥମେ ଟ୍ରାକ୍ଟର ଚଢାଇ ପରିବାରର ୩ଜଣଙ୍କୁ ହତ୍ୟା କଲା । ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତି । ଏପରି ଏକ ଘଟଣା  ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା ଦେଖିବା ପରେ ପୋଲିସର ମଧ୍ୟ ହୋସ୍ ଉଡିଯାଇଛି ।

ସୂଚନାନୁସାରେ, ହୋସଙ୍ଗାବାଦର ଜଣେ ବ୍ୟକ୍ତି ନିଜ ପରିବାରର ୩ଜଣ ସଦସ୍ୟଙ୍କୁ ଟ୍ରାକ୍ଟର ଚାପି ହତ୍ୟା କରିଛନ୍ତି । ଜମିଜମା କାରବାରରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ଥାନାରେ ଆତ୍ମସମର୍ପଣ କରିଥିଲା ।

ଅଭିଯୁକ୍ତ ଥାନାରେ ପହଁଚି କହିଥିଲା ଯେ, ସେ ୩ଜଣଙ୍କୁ ଟ୍ରାକ୍ଟର ଚାପି ହତ୍ୟା କରିଛି । ଏହାସହ ଟ୍ରାକ୍ଟର ନେଇ ମଧ୍ୟ ସେ ତାନାରେ ପହଁଚିଥିଲା । ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଟ୍ରାକ୍ଟରକୁ ଜବତ କରିଛି । ମୃତକମାନେ ହେଲେ ରାଜେନ୍ଦ୍ର ଯଦୁବଂଶୀ, କୁବେର ଯଦୁବଂଶୀ ଓ ୧୧ ବର୍ଷର ଜଣେ ନାବାଳକ । ଘଟଣା ପରେ ଉତ୍ତେଜନାକୁ ନଜରରେ ରଖି ପୋଲିସ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଛି ।

ଏତତ୍ ବ୍ୟତୀତ, ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତ ସମେତ ଆଉ କିଛି ଗ୍ରାମବାସୀଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ । ହତ୍ୟାକାଣ୍ଡା ପଛରେ ଜମିଜମା ବିବାଦ ରହିଛି ନା ଆଉ କିଛି ସେନେଇ ଖୋଳତାଡ ଆରମ୍ଭ ହୋଇଛି ।

   Related Posts