ଇଟାଭାଟିରେ ଦୁର୍ଘଟଣା, ଟ୍ରାକ୍ଟର ଧକ୍କାରେ ଜଣେ ଶ୍ରମିକଙ୍କ ପୁଅର ମୃତ୍ୟୁ

Published By : Prameya-News7 Bureau | May 06, 2020 IST

ବାଲିପାଟଣା ୦୫।୦୫ : ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଭିଙ୍ଗାରପୁରରେ ଥିବା ଇଟାଭାଟିରେ ଅଘଟଣ । ଇଟାଭାଟିରେ କାମ କରୁଥିବା ଶ୍ରମିକଙ୍କ ଶିଶୁପୁତ୍ର ଟ୍ରାକ୍ଟର ଧକ୍କାରେ ମୃତ୍ୟୁ । ମୃତକ ସୁଦର୍ଶନ ବାରିକଙ୍କ ପୁତ୍ର ଶିବ ବାରିକ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଭିଙ୍ଗାରପୁରରେ ଥିବା ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ସୁଦର୍ଶନ ବାରିକ । ଇଟା ଭାଟିରେ ଶିଶୁଟି ଖେଳୁଥିବା ବେଳେ ମଦ୍ୟପାନ କରି ଟ୍ରାକ୍ଟର ଚାଳକ ଶିଶୁ ଉପରେ ଟ୍ରାକ୍ଟର ଚଢାଇ ଦେଇଥିଲା । ଘଟଣା ସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଛି । ଟ୍ରାକ୍ଟର ଚାଳକକୁ ବାଲିଅନ୍ତା ପୋଲିସ୍ ଅଟକ ରଖିବା ସହ ମୃତ ଦେହ ବ୍ୟବଛେଦ ପାଇଁ ପଠାଇଛି । ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.