ପୂର୍ବତନ ଭାଇସ ଚେୟାରମ୍ୟାନ ଦିଲ୍ଲୀପ ସାହୁ ହତ୍ୟା ଘଟଣା ଉପରୁ ହଟିଲା ପରଦା, ସ୍ତ୍ରୀକୁ ଅସଦାଚରଣ କରିବାରୁ ଟ୍ରାକ୍ଟର ଡ୍ରାଇଭର କରିଥିଲା ହତ୍ୟା
26/06/2019 at 4:43 PM

ବଲାଙ୍ଗିର ୨୬|୬: ହତ୍ୟା ଘଟଣା ଉପରୁ ହଟିଛି ପରଦା । ବଲାଙ୍ଗିର ତୁରକେଲା ମହୁଲପାଟି ଗାଁର ପୂର୍ବତନ ଭାଇସ ଚେୟାରମ୍ୟାନ ଦିଲ୍ଲୀପ ସାହୁ ହତ୍ୟା ଘଟଣାରେ ପୋଲିସକୁ ସଫଳତା । ଦିଲ୍ଲୀପଙ୍କୁ ତାଙ୍କ ଟ୍ରାକ୍ଟର ଡ୍ରାଇଭର ହିଁ ହତ୍ୟା କରିଛି । ଟ୍ରାକ୍ଟର ଡ୍ରାଇଭରର ସ୍ତ୍ରୀକୁ ଦିଲ୍ଲୀପ ଅସଦାଚରଣ କରିବାକୁ ତାଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ ।

ହତ୍ୟା ଉପରୁ ହଟିଲା ପରଦା । ରାଜନୈତିକ କାରଣ କି ପୂର୍ବ ଶତ୍ରୁତା ନୁହେଁ ।ନିଜ ଟ୍ରାକ୍ଟର ଡ୍ରାଉଭରର ସ୍ତ୍ରୀକୁ ଅସଦାଚରଣ କରିବାରୁ ଜୀବନ ଗଲା । ବଲାଙ୍ଗିର ତୁରେକେଲା ଥାନା ମହୁଲପାଟି ଗାଁର ପୂର୍ବତନ ଭାଇସ-ଚେୟାରମ୍ୟାନଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ପୋଲିସକୁ ସଫଳତା । ଟ୍ରାକ୍ଟର ଡ୍ରାଇଭରର ସ୍ତ୍ରୀକୁ ଅସଦାଚରଣ ଯୋଗୁ ଦିଲ୍ଲୀପଙ୍କୁ ହତ୍ୟା କରାଯାଇଛି । ନିଜେ ଟ୍ରାକ୍ଟର ଡ୍ରାଇଭର ଡିଙ୍ଗର ଓରଫ ତମଲୁ ମାଝୀ ଠେଙ୍ଗାରେ ପିଟି ପିଟି ଏହି ହତ୍ୟାକାଣ୍ଡ ଭିଆଇଛି । ସବୁ ମାନିଯିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । କୋର୍ଟ ଚାଲାଣ କରିଛି ପୋଲିସ । ସେପଟେ ଘଟଣାରେ ସଂପୃକ୍ତି ସନ୍ଦେହରେ ଅନ୍ୟ ୫ ଜଣଙ୍କୁ ପୋଲିସ ଏବେ ବି ତଦନ୍ତ ପରିସରଭୁକ୍ତ ରଖିଛି।

ଚଳିତ ମାସ ୨୧ ତାରିଖରେ ମହୁଲପାଟି-ଷ୍ଟେସନ ରୋଡର ଏକ ନିଛାଟିଆ ରାସ୍ତାରେ ଦିଲ୍ଲୀପ ସାହୁଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର ହୋଇଥିଲା । ଦିଲ୍ଲୀପ ସାହୁ ତାଙ୍କ ପାଖରେ ଟ୍ରାକ୍ଟର ଡ୍ରାଇଭର ଭାବରେ କାମ କରୁଥିବା ଡିଙ୍ଗର ଘରକୁ ନିଜ ବାଇକରେ ଯାଇଥିଲେ । ଦିଲ୍ଲୀପକୁ ଖାଇବାକୁ ଦେବା ପାଇଁ ତାଙ୍କ ଡିଙ୍ଗର ତାଙ୍କ ସ୍ତ୍ରୀଙ୍କୁ କହିଥିଲେ । ଖାଇବା ସମୟରେ ଦୀଲିପ ତାଙ୍କ ସ୍ତ୍ରୀକୁ ଅସଦାଚରଣ କରୁଥିବା ଦେଖିଥିଲେ ଡିଙ୍ଗର । ଏହାକୁ ନେଇ ଦିଲ୍ଲୀପ ଏବଂ ଡିଙ୍ଗରଙ୍କ ମଧ୍ୟରେ ହାତାହାତି ଯାଏଁ କଥା ଯାଇଥିଲା । ଦିଲ୍ଲୀପ ନିଜ ବାଇକ ନେଇ ଘଟଣା ସ୍ଥଳରୁ ଫେରାର ମାରିଥିଲା । ପରେ ରକ୍ତ ମୁଖା ହୋଇ ଟ୍ରାକ୍ଟର ଡ୍ରାଇଭର ଜଣକ ଦିଲୀପଙ୍କ ପିଛା କରିଥିଲା । ତୁରେକେଲା ଷ୍ଟେସନ ରୋଡର ଏକ ନିଛାଟିଆ ଜାଗାରେ ଦିଲ୍ଲୀପଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟିଥିଲା । ଦିଲ୍ଲୀପ ସଙ୍ଗେ ସଙ୍ଗେ ବାଇକରୁ ପଡି ଯିବାରୁ ଆହରି ପିଟିଥିଲା ଡିଙ୍ଗର । ପରେ ଅନ୍ୟ କେହି ଦିଲୀପକୁ ହତ୍ୟା କରିଥିବା କହି ଘଟଣା ସ୍ଥଳରେ କନ୍ଦା କନ୍ଦି କରି ନାଟକ କରିଥିଲା ଅଭିଯୁକ୍ତ ଟ୍ରାକ୍ଟର ଡ୍ରାଇଭର ।