ଟ୍ରାକ୍ଟର ମାଡିଯାଇ ଡ୍ରାଇଭରଙ୍କ ମୃତ୍ୟୁ

Published By : Prameya-News7 Bureau | February 25, 2021 IST

ଭଞ୍ଜନଗର ୨୫।୨: ଟ୍ରାକ୍ଟର ଚଢିଯାଇ ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ପାଟପୁରରେ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ନୂଆଗାଁରୁ ଧାନ ଲୋଡ୍ କରି ପାଟପୁର ମିଲକୁ ଆସୁଥିବା ଘଟିଛି ଏଭଳି ଅଘଟଣ । ଟ୍ରାକ୍ଟର ମାଡିଯିବା ଯୋଗୁଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନୂଆଗାଁର ଭଜରାମ ଗୌଡ । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ବଡଗଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.