ସ୍କୁଲ ଯାଉଥିଲେ ନବମ ଶ୍ରେଣୀ ଛାତ୍ରୀ, ଧକ୍କା ଦେଲା ଟ୍ରାକ୍ଟର...

Published By : Prameya-News7 Bureau | October 01, 2021 IST

ଆନନ୍ଦପୁର,୦୧/୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିପଦା ଥାନା ଛେନାପଦି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଲ ଯିବା ସମୟରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଧକ୍କା ଦେଲା ଟ୍ରାକ୍ଟର । ଏପରିକି ଗୋଡ ଉପରେ ମଧ୍ୟ ମାଡି ଯାଇଛି ଟ୍ରାକ୍ଟର ଚକା ।

ଗୁରୁତର ଛାତ୍ରୀ ହେଲେ ଛେନାପଦି ଗାଁର କମଳ ଜେନାଙ୍କ ଝିଅ ସସ୍ମିତା । ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣା ପଡିଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଧକ୍କା ଦେଇ ପଳାଉଥିବା ଟ୍ରାକ୍ଟରକୁ ଉତ୍ୟକ୍ତ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.