ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କାପରେ ଜଳିଗଲା ମୋଟରସାଇକେଲ, ଘଟଣାସ୍ଥଳରେ ଚାଲିଗଲା ୨ ଜଣଙ୍କ ଜୀବନ, ଜଣେ ଗୁରୁତର

Published By : Prameya-News7 Bureau | November 29, 2021 IST

କଳାହାଣ୍ଡି ୨୯/୧୧ : ଭବାନୀପାଟଣା ଥୁଆମୁଲରାମପୁର ରାସ୍ତା ସିଆରପିଏଫ କ୍ୟାମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କା ହେବାଫଳରେ ବାଇକରେ ଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟିବା ପରେ ବାଇକରେ ନିଆଁ ଲାଗିଯାଇଥିଲା । ଗୁରୁତର ଜଣେ ବ୍ୟକ୍ତିଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ଥୁଆମୁଳ ରାମପୁର କର୍ଲାପାଟ ଅଂଚଳର ବୋଲି ଅନୁମାନ କରାଯାଉଛି ।

ସୂଚନାଅନୁସାରେ, ୩ଜଣ ବ୍ୟକ୍ତି ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବାପରେ ବାଇକରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.