ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ୪୦ଜଣ ଆହତ

Published By : Prameya-News7 Bureau | June 16, 2020 IST

ମାଲକାନଗିରି ୧୬।୦୬: ଟ୍ରାକ୍ଟର ଓଲଟି ୪୦ ଜଣ ଆହତ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ୍ ଅନ୍ତର୍ଗତ ମାଡକାପଦର ଘାଟିରେ ଓଲଟିଲା ଟ୍ରାକ୍ଟର ।  ସମସ୍ତ ଆହତମାନଙ୍କୁ ଗୋବିନ୍ଦପାଲ୍ଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଥିବାରୁ ସେମାନଙ୍କୁ 108 ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ପଠାଯାଇଛି।

{"id":287088,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଆଜି ମାଲକାନଗିରି ଗୋବିନ୍ଦପାଲ୍ଲି ସାପ୍ତାହିକ ହାଟକୁ ଏହି ଆଦିବାସୀ ଲୋକେ ଯାଇଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ ଟ୍ରାକ୍ଟରେ ଯାଉଥିବା ୪୦ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣପାଡିଛି ।

{"id":287090,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.