ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ହେଲ୍‌ପର ମୃତ

Published By : Prameya-News7 Bureau | May 14, 2020 IST

ଆନନ୍ଦପୁର ୧୪।୦୫: ଟ୍ରାକ୍ଟର ଡାଲା ଠିକ ଭାବେ ଖୋଲୁନଥିଲା । ଏହାକୁ ମରାମତି କରିବାକୁ ଯାଇ ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ହେଲପରର ଶୋଚନୀୟ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ଏଲକଣିଆ ଗାଁରେ । ଦୃଘଟଣା ପରେ ଖବର ପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସଂପୃକ୍ତ ଟ୍ରାକ୍ଟରରେ ହେଲପର ଭାବେ କାମ କରୁଥିଲେ ଶାଳକଣିଆଁ ଗାଁ ବୁଲୁ ଜେନା । ଆଜି କାମପାଇଁ ବାହାରିବା ସମୟରେ ଟ୍ରାକ୍ଟର ଡାଲା ଠିକଭାବେ କାମ କରିନଥିଲା । ଫଳରେ ବୁଲୁ ଡାଲାକୁ ଟେକି ସେଥିରେ ଏକ ବାଉଁଶ ଯୋଗାଣ ଦେଇ ତଳେ କାମକରୁଥିଲେ । କିନ୍ତୁ ହଠାତ୍ ବାଉଁଶ ଟି ଖସିପଡିବାରୁ ଡାଲା ଆସି ପଡିଥିଲା ବୁଲୁ ଉପରେ । ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.