Toyota Raizeର ଫଟୋ ହେଲା ଲିକ୍, ଏହି ଛୋଟ SUVର ବିଶେଷତ୍ବ କଣ ରହିଛି…ଜାଣନ୍ତୁ
29/10/2019 at 4:27 PM

ନୂଆ ଦିଲ୍ଲୀ୨୯|୧୦:Toyotaର ନୂଆ ସବ-କମ୍ପେକ୍ଟ ଏସୟୁଭି Raize ର ୱାର୍ଲଡ ପ୍ରିମିୟମ ଆସନ୍ତା ମାସ ହେବ।ତେବେ ଏହି ପ୍ରଦର୍ଶନ ପୂର୍ବରୁ ଗାଡିର ଫଟୋ ଅନ୍ଲାଇନରେ ଲିକ୍ ହୋଇଯାଇଛି।ଲିକ୍ ହୋଇଥିବା ଫଟୋ ଦ୍ବାରା Toyota Raizeର ଅନେକ ଫିଚର୍ସ ସାମ୍ନାକୁ ଆସିଛି। Toyotaର ଏହି ନୂଆ SUVର ପ୍ଲାଟଫର୍ମ, ବଡି ପ୍ୟାନାଲ ଓ ଇଣ୍ଟେରିଅରକୁ Daihatsu Rockyଠୁ ନିଆ ଯାଇଛି। Daihatsu ମୋଟର ଟୟୋଟାର ମାଲିକାନାରେ ଥିବା ଏକ କମ୍ପାନୀ।

ଟୟୋଟାର ଅନେକ ସମାନତା ଥାଇ ମଧ୍ୟ Raizeର ୟୁନିକ ଷ୍ଟାଇଲିଂ ଏହାକୁ Rockyଠୁ ଭିନ୍ନ କରାଇଛି। Raizeକୁ SUVର ଟୟୋଟା ଷ୍ଟାଇଲିଂ ନୋଜ ଓ ବଡ ଗ୍ରିଲ ଦିଆଯାଇଛି। ଗ୍ରିଲ ଉପରେ ଟୟୋଟାର ଲୋଗୋ ଦିଆଯାଇଛି।ହେଡଲେମ୍ପର ଡିଜାଇନ Rocky SUV ଭଳି ରହିଛି। ଟୟୋଟା SUVରେ Rocky ଭଳି ୧୭ ଇଂଚର ଏଲୟ ହୁଇଲ ଦିଆଯାଇଛି ହେଲେ ଏହାର ଡିଜାଇନ ସମ୍ପୂର୍ଣ୍ଣ ଅଲଗା।

SUVରେ ୮ ଇଞ୍ଚର ଫ୍ରିଷ୍ଟେଡିଂ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ଓ ଡ୍ରାଇଭର-ସେଣ୍ଟ୍ରିକ କକ୍ପିଟ ଭଳି ସେଷ୍ଟର କଂସୋଲ ରହିବ। ଟୟୋଟାରୁ ୪ମିଟର ଛୋଟ ଏହି SUVରେ ୧.୦ ଲିଟର, ୩-ସିଲିଣ୍ଡର ଟର୍ବୋ ପେଟ୍ରୋଲ ଇଂଜିନ ରହିଛି। ଏହି ଇଂଜିନ 6,000rpmରେ 98hpର ପାୱାର ଓ 2,400-4,000rpm ରେ 140.2Nm ଟର୍କ ଜେନେରେଟ କରିବ। ପ୍ରଥମେ ଏଥିରେ CVT ଗିୟରବକ୍ସ ମିଳିବ। କିଛି ସମୟ ପରେ SUVରେ ୬-ସ୍ପିଡ୍ ମାନୁଆଲ ଗିୟରବକ୍ସକୁ ସାମିଲ କରାଯିବ।