Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଟୟକାଥୋନ୍-୨୦୨୧ ଉନ୍ମୋଚିତ : ଦେଶର ୩୩ କୋଟି ଛାତ୍ରଛାତ୍ରୀଙ୍କ ଆସାଧାରଣ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟ

5/01/2021 at 8:59 PM

ନୂଆଦିଲ୍ଲୀ ୦୫/୦୧ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏବଂ କେନ୍ଦ୍ର ମହିଳା , ଶିଶୁ ବିକାଶ ମନ୍ତ୍ରୀ ଓ ଟେକ୍ସଟାଇଲ ମନ୍ତ୍ରୀ ସ୍ମୁତି ଇରାନୀ ଟୟକାଥୋନ-୨୦୨୧କୁ ଉନ୍ମୋଚନ କରିଛନ୍ତି । ଟୟକାଥୋନ-୨୦୨୧ ଏକ ଭିନ୍ନ ଉଦ୍ଦେଶ୍ୟ ରଖି ଆରମ୍ଭ କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ନୂଆ ଏବଂ ଭିନ୍ନ ଧରଣର ଖେଳନା ତିଆରି କରିବା ଯାହାକି ଶିଶୁମାନଙ୍କ ସକାରାତ୍ମକ ବ୍ୟବହାର ଏବଂ ମାନସିକ ବିକାଶରେ ସହାୟକ ହୋଇପାରିବ ।

ଟୟକାଥୋନ ଉନ୍ମୋଚନ କରିବା ପରେ କେନ୍ଦ୍ର ମନ୍ତ୍ରୀ ପୋଖରିୟାଲ କହିଛନ୍ତି, ଏହା ଉତ୍ପାଦନ ହବ୍ ହେବା ସହ ଭାରତକୁ ବିକାଶ କ୍ଷେତ୍ରରେ ସହାୟକ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଭାରତରେ ଖେଳନା ବଜାର କ୍ଷମତା ପ୍ରାୟ ୧ ବିଲିୟନ ଡଲାରର କିନ୍ତୁ ଏହା ଦୁର୍ଭାଗ୍ୟ ଯେ ପ୍ରାୟ ୮୦ ପ୍ରତିଶତ ଖେଳନା ବାହାର ଦେଶରୁ ଆମଦାନୀ ହେଉଛି ।

ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନକୁ ଏହା କିଛି ମାତ୍ରାରେ ସହାୟକ ହେବ । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଖେଳନା ଶିଳ୍ପରେ ଭାରତକୁ ‘ଆତ୍ମନିର୍ଭର’କରିବାକୁ ଉତ୍ସାହିତ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଶିକ୍ଷାରେ ନବସୃଜନ ଏବଂ ଅନୁସନ୍ଧାନ ଉପରେ ଜାତୀୟ ଶିକ୍ଷା ନୀତି -୨୦୨୦ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ ସହିତ ସମନ୍ୱିତ ହୋଇ ଟୟକାଥାନ୍ ଦେଶର ୩୩ କୋଟି ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବ ସହ ମାନସିକ ଏବଂ ଶାରୀରିକ ଭାବେ ସହାୟକ ହେବ ।

   Related Posts