Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଆଜିଠୁ ‘ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧’, ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

27/02/2021 at 7:46 AM

ନୂଆଦିଲ୍ଲୀ ୨୭।୦୨: ଆଜିଠୁ ‘ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭାରତୀୟ ଖେଳଣା ମେଳାକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ।

ଦେଶରେ ଖେଳନା ଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବା ଓ ବିଦେଶୀ ବଜାରରେ ଏଗୁଡ଼ିକର ଚାହିଦା ବୃଦ୍ଧି ଲକ୍ଷ୍ୟରେ ଆୟୋଜିତ ହେଉଛି । ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଏହା ପ୍ରଥମ ଖେଳନା ବାଣିଜ୍ୟମେଳା ହେବ। ଏହି ବାଣିଜ୍ୟମେଳା ଦ୍ୱାରା ଭାରତୀୟ ଖେଳନା ଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ପାଇବା ସହ ଦେଶର ଖେଳନା ଶିଳ୍ପର ବିକାଶ ହେବ ।

ପ୍ରଧାନମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଏହି ଟୟେ ଫେୟାର୍‍ ବିଷୟରେ କହିଥିଲେ। ଖେଳଣା ବଜାରରେ ଚୀନର ପ୍ରାଧାନ୍ୟ ହ୍ରାସ କରିବା ଦେଶରେ ଅଧିକରୁ ଅଧିକ ଖେଳନା ଉତ୍ପାଦନ ପ୍ରତି ଗୁରୁତ୍ୱାରୋପ କରିଥିଲେ। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ମାଧ୍ୟମରେ ‘ଇଣ୍ଡିଆ ଟଏ ଫେୟାର- ୨୦୨୧’ ଅନୁଷ୍ଠିତ ହେବ।

   Related Posts