ଆଜିଠୁ ନୟାଗଡକୁ ଗଡିବ ଟାଉନ୍ ସେବା ଏକ୍ସପ୍ରେସ୍ : ଦିଲ୍ଲୀରୁ ଉଦ୍‌ଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ

Published By : Prameya-News7 Bureau | October 15, 2019 IST

ନୟାଗଡ ।୧୦: ଆଜିଠାରୁ ଭୁବନେଶ୍ବର-ନୟାଗଡ ମଧ୍ୟରେ ଚାଲିବ ଟାଉନ୍ ସେବା ଏକ୍ସପ୍ରେସ । କେନ୍ଦ୍ର ରେଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ବର-ନୟାଗଡ ରୁଟ୍ ସହିତ ଅନ୍ୟ ୯ଟି ଟାଉନ୍ ଏକ୍ସପ୍ରେସର ଶୁଭାରମ୍ଭ କରିବେ ।

{"id":170241}

ଏହି ଅବସରରେ ଦିଲ୍ଲୀରେ ପିୟୂଷ ଗୋଏଲଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ଭୁବନେଶ୍ବରରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ । ଏହି ଟ୍ରେନ୍ ଭୁବନେଶ୍ବରରୁ ନୟାଗଡ ଅଭିମୁଖେ ଆଜି ଅପରାହ୍ନ ସଢେ ୧ଟାରୁ ଯାତ୍ରା କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.