କାରାଗାରରୁ ଫେରାର କଏଦୀଙ୍କୁ କାବୁ କଲା ପୋଲିସ

Published By : Prameya-News7 Bureau | April 25, 2020 IST

ଢ଼େଙ୍କାନାଳ୨୫/୪: ଢେଙ୍କାନାଳ ଜିଲ୍ଲା କାରାଗାରରୁ ଫେରାର କଏଦୀଙ୍କୁ କାବୁ କଲା ପୋଲିସ । ଡିସେମ୍ବର ୧୩ରୁ ଫେରାର ଥିବା କଏଦୀ ଶିବ ମୁଣ୍ଡାକୁ ଗିରଫ କରିଛି ଟାଉନ ଥାନା ପୋଲିସ । ସେ ତୁମୁସିଂହା ଗାଁରେ ଥିବା ଖବର ପାଇଁ ପୋଲିସ ଅଚାନକ ଚଢାଉ କରିଥିଲା । ଗିରଫ ଶିବର ଘର ଭୁବନ ଥାନା କାଞ୍ଚନ ବାହାଳି ଗାଁର ବୋଲି ଜଣାଯାଇଛି। ସେ ତୁମୁସିଂହାର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲରେ ଥିଲା । ତେବେ ଡିସେମ୍ବର ୧୩ରେ ଜେଲ ପଛ ପଟୁ ପିନ୍ଧିଥିବା ଲୁଙ୍ଗି ସାହାଯ୍ୟରେ କାନ୍ଥ ଡେଇଁ ପଳାଇଥିଲା ଶିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.